ବୋଲଗଡରେ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ପାଳିତ

୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବୋଲଗଡ :-> ବୋଲଗଡ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ମହାଡମ୍ବର ସହ ପାଳିତ ହୋଇଯାଇଛି। ରାଷ୍ଟ୍ରୀୟ ନବ ବର୍ଷ ପାଳିତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୂଜାତ ନାରାୟଣ ସାନ୍ତିକାମୀ ସଭାପତିତ୍ୱ କରି ପ୍ରାରମ୍ଭରେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ବୋଲଗଡ ବ୍ଲକ ସଂଯୋଜକ ରାମଚନ୍ଦ୍ର ସାହୁ,

ବୋଲଗଡ ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି ନାରାୟଣ ସାହୁ, ନାରାୟଣ ରଣସିଂହ,ଗାନ୍ଧୀ କୁମାର ସାହୁ ସମେତ ବୋଲଗଡ ସଂସ୍କୃତି ସୁରକ୍ଷା ସମିତିର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ଖୋର୍ଦ୍ଧାଜିଲ୍ଲା କୁଟୁମ୍ବ ପ୍ରବୋଧାନ ସଂଯୋଜକ ନିରଞ୍ଜନ ପରିମାଣିକ ରାଷ୍ଟ୍ରୀୟ ନବ ବର୍ଷ ଉପରେ ବୌଦ୍ଧିକ ଜ୍ଞାନ ପ୍ରଦାନ କରିଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବ୍ଲକ ସଭାପତି ,ଉପ ସଭାପତି ,

ଖୋର୍ଦ୍ଧା ଜିଲ୍ଲା ଓ ବୋଲଗଡ଼ ଖଣ୍ଡର ଶତାଧିକ ସ୍ଵଂୟ ସେବକମାନେ ମିଳିତ ଭାବେ ବାଇକରେ ଗେରୁଆ ପତାକା ଲଗାଇ ବୋଲଗଡ଼ ଶିଶୁ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି ଟିକାତାଳଠାରେ ପହଞ୍ଚି ସମାପନ ହୋଇଥିଲା। ବୋଲଗଡ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ପାଳିତ ହେଉଥିବାରୁ ବ୍ଲକର ବୁଦ୍ଧିଜୀବୀ,ଶିକ୍ଷାବିତ ଓ ସମାଜସେବୀମାନେ ଉଚ୍ଚ ପ୍ରଶଂସା କରି ସ୍ୱାଗତ ଜଣାଇଅଛନ୍ତି. !

Exit mobile version