ଜଟଣୀ : କୁଦିଆରୀ ଗ୍ରାମଦେବୀ ମା’ ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ 

୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ)  ଖୋର୍ଦ୍ଧା-ଜଟଣୀ  :-> ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଠାରେ ଆଜି ମଙ୍ଗକ ବାର ଠାରୁ ଆରମ୍ଭ ହେଲା ଉପକୂଳ ଓଡିଶା ପ୍ରସିଦ୍ଧ ମା ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ। ସକାଳୁ ସକାଳୁ ମାନସିକ ବ୍ରତଧାରୀ ଉଭୟ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି ମାଝଣା ପୋଖରୀରୁ ଜଳ ଭର୍ତି କଳସ ମୁଣ୍ଡରେ ରଖି ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ମା:ଙ୍କ ଯଜ୍ଞ ମଣ୍ଡପ ଉପରେ ସ୍ଥାପନା କରାଯାଇ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ଙ୍କୁ ମହାସ୍ନାନ କରାଯାଇ ପ୍ରଥମେ ଶୈଳପୁତ୍ରୀ ଭେଷରେ ଦର୍ଶନ ଦେଇଥିଲେ।

ଆଜି ପ୍ରତିପଦା ସହିତ ଦ୍ଵିତୀୟା ଥିବାରୁ ରାତ୍ର ଆଠଟା ପରେ ମା’ଙ୍କୁ ବ୍ରାହ୍ମଚାରିଣୀ ଭେଷରେ ସଜ୍ଜିତ କରାଯାଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚଣ୍ଡୀ ପାଠ ସହିତ ମା ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେ। ଆସନ୍ତା କାଲି ବିଶ୍ରାମ ଦିବସରେ କୌଣସି ଭେଷ ନ’ଥିବାରୁ ମା ତାଙ୍କର ସାଧାରଣ ଭେଷରେ ଦର୍ଶନ ଦେବେ।

ଚିତ୍ରକର ବିଜୟ କୁମାର ପଣ୍ଡା ଭେଷ କରାଇଥିବା ବେଳେ ଅଭିରାମ କର ଧର୍ମ ପତ୍ନୀ ସ୍ଵର୍ଣ୍ଣଲତା କର କର୍ତ୍ତା,କର୍ତ୍ତୀ ଭାବେ ଦଶ ଦିନକାଳ ପୂଜାରେ ବସିବେ ବୋଲି କମିଟି ସମ୍ପାଦକ ଏଲ ଡ଼ି ମହାନ୍ତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କମିଟିର ସଭାପତି ରାଧାମୋହନ ପଟ୍ଟନାୟକ, ଚଚି ଦାଶ, ପୂର୍ଣଚନ୍ଦ୍ର ସାହାଣୀ, ଅଶୋକ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version