୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :-> ପ୍ରବାହିତ ବିଦ୍ୟୁତକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ବିପଦ ସଙ୍କୁଳ ଅବସ୍ଥାରେ ମୁକୁଳା ହୋଇ ଟ୍ରାନସଫର୍ମର ବସିଥିବାର ଦେଖିବାକୁ ମିଳୁଛି । ଏହା ମୁକୁଳା ଅବସ୍ଥାରେ ରହିଥିବାରୁ କେତେବେଳେ କଣ ଅଘଟଣ ଘଟାଇବ ତାହା ଜାଣିବା ଅସମ୍ଭବ ନୁହେଁ ବୋଲି ସଚେତନ ନାଗରିକ ମାନେ କହିବା ସହ ବିଦ୍ୟୁତ୍ ବିଭାଗ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । 
