୨୪ ନମ୍ଵର୍ ଜୋନରେ  ଶକ୍ତି ପ୍ରଦର୍ଶନ କଲେ ବିଜେପି ର ନୂତନ ପ୍ରାର୍ଥୀ ତାପସ ମାର୍ଥା

୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଚାନ୍ଦପୁର :->  ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେପି ନିର୍ବାଚନ ପ୍ରଚାର ଆରମ୍ଭ କରିଛି, ରଣପୁର ନିର୍ବାଚନ ମଣ୍ଡଳୀ ର ଯୁବନେତା ତଥା ନୟାଗଡ଼ ଜିଲ୍ଲା ବିଜେପି  ସଭାପତି ତାପସ ରଞ୍ଜନ ମାର୍ଥା ଗ୍ରାମ ଦେବତୀ ମା ଡୋମଣି ଦେବୀ ମନ୍ଦିର ରେ ପୂଜାର୍ଚନା କରି ଆରମ୍ଭ କରିଥିଲେ ନିର୍ବାଚନ ପ୍ରଚାର,

ଶହ ଶହ ବିଜେପି କର୍ମୀ ମାନେ ଏକାଠି ହୋଇ ବାଇକ ରାଲି କରି ଚାନ୍ଦପୁର, କନ୍ଧନୟାଗଡ଼, ଚମ୍ପାଗଡ଼, କେରଣ୍ଡାଟାଙ୍ଗୀ, ଜଙ୍କିଆ ଗ୍ରାମ ପଞ୍ଚାୟତ ବୁଲି  ଶକ୍ତି ପଦର୍ଶନ କରିବା ସହିତ ଗ୍ରାମର ବିଭିନ୍ନ ଦୁଆର ଦୁଆର ବୁଲି ଭୋଟର ମାନଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ତାପସ ବାବୁଙ୍କର ଏଭଳି  ନିର୍ଵାଚନ ପ୍ରଚାରର ଶକ୍ତିପ୍ରଦଶନ ଏକ ନିଆର ଢଙ୍ଗରେ  ଶୋଭାଯାତ୍ରା ଏକ ଵିରାଟ ଧମକା ସୃଷ୍ଠି କରି ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି ସାଧାରଣ ଜନତା ଙ୍କ ନିକଟରେ।

Exit mobile version