ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧାରୋଡ଼, ଦ୍ୱାରା”ରନିଙ୍ଗ ଷ୍ଟାଫ ପରିବାର ପରାମର୍ଶ” କାର୍ଯ୍ୟକ୍ରମ ଆୟୋଜିତ

  ଉଦ୍ଦେଶ୍ୟ ଘରେ ଲୋକୋ ପାଇଲଟ୍ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ସଠିକ୍ ବିଶ୍ରାମ ନିଶ୍ଚିତ କରିବାକୁ, ପରିବାରକୁ ଉତ୍ସାହିତ କରିବା ।

୦୮ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :-> ଟ୍ରେନର ସୁରକ୍ଷିତ ଚାଲିବା ପାଇଁ ଭାରତୀୟ ରେଳବାଇର ରନିଙ୍ଗ ଷ୍ଟାଫ କର୍ମଚାରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଟ୍ରେନର ନିରାପଦ ଚାଲିବା ନିଶ୍ଚିତ କରିବାକୁ, ରନିଙ୍ଗ ଷ୍ଟାଫ କର୍ମଚାରୀ ମାନେ ସତର୍କ ଏବଂ ଜାଗ୍ରତ ହେବା ଜରୁରୀ। ଏହି ଲକ୍ଷ୍ୟ ସହିତ ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ (ଇକ୍ରୋ)ଖୋର୍ଦ୍ଧା ରୋଡ଼,ଦ୍ୱାରା, ଅଫିସର କ୍ଲବରେ ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ପରିବାର ପାଇଁ ଏକ”ରନିଙ୍ଗ ଷ୍ଟାଫ ପରିବାର ପରାମର୍ଶ ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ,ର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି କାଉନସେଲିଂ କାର୍ଯ୍ୟକ୍ରମ, ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ପରିବାର, କିପରି ନିଜ ପତିଙ୍କୁ ଘରେ ଠିକ୍ ବିଶ୍ରାମ ନିଶ୍ଚିତ କରି ପାରିବେ,ଯାହା ଦ୍ୱାରା, ସେମାନେ ପରବର୍ତ୍ତୀ ଟ୍ରେନ୍ ଯାତ୍ରା ପାଇଁ ନିଜକୁ ପ୍ରସ୍ତୁତ ରଖି ପାରିବେ ଏବଂ“ବିପଦ ସଂକେତରେ ପାସ୍ ହେବା (ସିଗ୍ନାଲ ପାସ୍ ଏଟ୍ ଡେଞ୍ଜର୍) ଭଳି ପରିସ୍ଥିତିକୁ ଏଡା ଯାଇପାରିବ

ଏହି ଅବସରରେ ଉଦବୋଧନ ଦେଇ,ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ,ର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କହିଛନ୍ତି ଯେ,ଟ୍ରେନ୍ ଗୁଡିକର ସୁରକ୍ଷିତ କାର୍ଯ୍ୟ ପାଇଁ ରନିଙ୍ଗ ଷ୍ଟାଫଙ୍କ ପରିବାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।ତେଣୁ ସେମାନେ ନିଶ୍ଚିତ କରିବାକୁ ପଡିବ ଯେ ପରବର୍ତ୍ତୀ ଟ୍ରେନ୍ ଯାତ୍ରା ପାଇଁ ଯିବା ପୂର୍ବରୁ ସେମାନଙ୍କ ପତି ଉପଯୁକ୍ତ ବିଶ୍ରାମ ନେଇଛନ୍ତି। ପତ୍ନୀ ମାନଙ୍କୁ, ପରିବାର ପ୍ରତି ସେମାନଙ୍କର କର୍ତ୍ତବ୍ୟ ଏବଂ ରନିଙ୍ଗ ଷ୍ଟାଫ କର୍ମଚାରୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ମଧ୍ୟ ଏକ ସନ୍ତୁଳନ ବଜାୟ ରଖିବାକୁ ପଡିବ।

ସେ ରନିଙ୍ଗ ଷ୍ଟାଫଙ୍କ ପତ୍ନୀ ମାନଙ୍କ ଠାରୁ ଏ ବାବଦରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କୁ ନିୟମ ଅନୁଯାୟୀ ପୂରଣ କରିବାକୁ ସୁନିଶ୍ଚିତ କରିଥିଲେ। ୫୦ରୁ ଅଧିକ ରନିଂ କର୍ମଚାରୀଙ୍କ ପରିବାର ଏହି ପରାମର୍ଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଇଲେକ୍ଟ୍ରିକାଲ୍ (ଅପରେସନ୍) ବିଭାଗ ସାହାଯ୍ୟରେ ଆୟୋଜନ କରାଯାଇଥିଲା

Exit mobile version