ବିଜୁଳି ପଡ଼ି ଜଣେ ମହିଳା ଆହତ : ଘର ଓ ବୈଦ୍ୟୁତିକ ଉପକରଣ ଓ ଆଜବେଷ୍ଟସ ନଷ୍ଟ

୦୮ ଏପ୍ରିଲ,୨୦୨୪ (ଓଡିଶା ତାଜାନ୍ୟୁଜ ) ବେଗୁନିଆ :-> ରବିବାର ଦିନ ସନ୍ଧ୍ୟାରେ କାଳ ବୈଶାଖୀ ବର୍ଷା ସହ ବିଜୁଳି ପଡ଼ି ବେଗୁନିଆ ବ୍ଲକ ଶଗଡଭଙ୍ଗା ପଂଚାୟତ ଅନ୍ତର୍ଗତ ବେତରଜଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁ ଓ ଦୁଃଶାସନ ମହାରଣାଙ୍କ ଘରର କାନ୍ଥ ଓ ଆଜବେଷ୍ଟସ ସମେତ ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇଯାଇଛି ।

ଏହା ସହ ଶ୍ରୀ ମହାରଣାଙ୍କ ଝିଅ ସୁଷମା(୩୦) ଙ୍କର ଡାହାଣ ଗୋଡ ଓ ହାତରେ ଆଘାତ ଲାଗିଥିବାରୁ ଚିକିତ୍ସା ନିମିତ୍ତ ନିକଟସ୍ଥ ନୟାଗଡ଼ ଜିଲ୍ଲା ରଣପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସୁସ୍ଥ ଥିବାର ଜଣାପଡ଼ିଛି। ସୋମବାର ଦିନ ପୂର୍ବାହ୍ନରେ ସିକୋ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଁଚି କ୍ଷୟକ୍ଷତିର ଆକଳନ ପ୍ରାଥମିକ ତଦନ୍ତ କରିଛନ୍ତି ।

Exit mobile version