ଦୁଆର ଦୁଆର  ବୁଲି ଭୋଟ ପାଇଁ ଆଶିର୍ବାଦ ଭିକ୍ଷା କରୁଥିବାବେଳେ : ବିଜେପି ଯୁବ ନେତା ତାପସ ମାର୍ଥା ଦେଶର ଜାତୀୟ ପତାକା କୁ ଦେଲେ ସମ୍ମାନ

୦୮ ଏପ୍ରିଲ,୨୦୨୪ (ଓଡିଶା ତାଜାନ୍ୟୁଜ ) ଚାନ୍ଦପୁର :-> ଚଳିତ ୨୪ ସାଧାରଣ ନିର୍ବାଚନ ର ବିଗୁଲ ବାଜିବା ପରେ  ରଣପୁର ବିଧାନସଭା କ୍ଷେତ୍ରରେ  ଦୁଇଦଳ BJD ଏବଂ BJP ପ୍ରାର୍ଥୀ  ଘୋଷଣା  ପରେ  ରଣପୁର  ନିର୍ବାଚନ ମଣ୍ଡଳୀ  କ୍ଷେତ୍ରରେ ଜୋର୍ ଧରିଛି ରାଜନୈତିକ ଉଷ୍ମତା  ତାରି ଭିତରେ  ଆଜି ବିଜେପି ର ପ୍ରାର୍ଥୀ ତାପସ ରଞ୍ଜନ ମାର୍ଥା  ଏକତାଳ ର ବାବା ଶ୍ରୀ ଶ୍ରୀ  ସିଦ୍ଧେଶ୍ୱର ଦେବ ଙ୍କ ପିଠରେ ପୂଜାର୍ଚ୍ଚନା କରି  ସେଠାରୁ ବାହାରିଥିଲେ ଏକ ସାଧାରଣ ପଦଯାତ୍ରା ରେ  ଏକତାଳ,

ଗୌରଚନ୍ଦ୍ରପୁର୍ ଏବଂ କେରେଣ୍ଡାଟାଙ୍ଗୀ ପଞ୍ଚାୟତ ରେ ପ୍ରତିଟି ଦୁଆର ଦୁଆର ବୁଲି  ଆଶ୍ରିର୍ବାଦ ଭିକ୍ଷା କରିଥିଲେ ବ୍ଳକ ଅଧ୍ୟକ୍ଷା ନିର୍ମଳା ବେହେରାଙ୍କ ସହିତ ବିଜେପି ପ୍ରାର୍ଥୀ ତାପସ ରଞ୍ଜନ ମାର୍ଥା  । ଗାଁ କୁ ଗାଁ ବୁଲିବା ବେଳେ ଗୌରଚନ୍ଦ୍ର ପୁର୍ ଗ୍ରାମରେ ଏକ ଗୃହକୁ  ସଂଯୋଗ ହୋଇଥିବା ବିଦ୍ୟୁତ ତାର ରେ ଅସଜଡା ଭାବେ ଲାଗିଥିବା ଜାତୀୟ ପତକା କୁ ନିଜେ ବାହାର କରି ସଠିକ ଭାବେ ଲଗାଇଥିଲେ ଲଗାଇବା ବେଳେ ତାଙ୍କମୁହଁରେ ହସ ଦେଖିବାକୁ ମିଳିଥିଲା। ଏଭଳି କାର୍ଯ୍ୟକୁ ଦେଖି  ସାଧାରଣ ଜନତା ବେଶ୍ ଖୁସି ଅନୁଭବ କରିଥିଲେ।

Exit mobile version