୦୮ ଏପ୍ରିଲ,୨୦୨୪ (ଓଡିଶା ତାଜାନ୍ୟୁଜ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ପଂଚାୟତ ଅନ୍ତର୍ଗତ ଅଟ୍ରିସ୍ଥିତ ହାଟ୍ଟକେଶ୍ୱର ଦେବ ତଥା ଏକାଦଶ ରୁଦ୍ରଙ୍କ ପୀଠରେ ନବାହ୍ନ ପାରାୟଣ ଓ ରାମଚରିତ ମାନସ ଉଦଯାପିତ ହୋଇଛି । ଏଥିରେ ପଣ୍ଡିତ ଦୀପକ କୁମାର ଦାଶ ଓ ସହଯୋଗୀ ଶ୍ରୀକାନ୍ତ ଦାଶଙ୍କ ତତ୍ବାବଧାନରେ ଶିକ୍ଷକ ରବୀନ୍ଦ୍ର ନାଥ ସାହୁ କର୍ତ୍ତା ଭାବେ ଉପବେସନ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଭ କଳସ ସ୍ଥାପନ ପରେ ବୈଦିକରୀତି ନୀତି ଅନୁଯାଇ ନବାହ୍ନ ପାରାୟଣ ଓ ରାମ ଚରିତ ମାନସ ନବ ଦିନ ବ୍ୟାପୀ ପଠନ କାର୍ଯ୍ୟକ୍ରମ ଚାଲୁରହିଥିଲା। କାର୍ଯ୍ୟକ୍ରମକୁ ଅକ୍ରୁର ରଣା,ଭବାନୀ ଶଙ୍କର ମହାପାତ୍ର ଓ ନାରାୟଣ ବେହେରାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ.
