Home ଓଡ଼ିଶା ବିଜେଡ଼ିରେ ଯୋଗଦେଲେ ରାଜ୍ୟ ବିଜେପି ଉପସଭାପତି – ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଓଡ଼ିଶାରେ ଓଡ଼ିଆଙ୍କ ଅସ୍ମିତା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ : ଲେଖାଶ୍ରୀ ୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ରାଜ୍ୟ ବିଜେପି ଉପସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଡକ୍ଟର ସାମନ୍ତସିଂହାରଙ୍କୁ ଶ୍ରୀ ମଙ୍ଗରାଜ, ଡକ୍ଟର ପାତ୍ର ଓ ଶ୍ରୀ ଜେନା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ, ଡକ୍ଟର ପାତ୍ର ଓ ଶ୍ରୀ ଜେନା କହିଥିଲେ ।ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଡକ୍ଟର ସାମନ୍ତସିଂହାର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଖୋଲା ହୃଦୟରେ ବିଜେଡ଼ି ଗ୍ରହଣ କରିଥିବାରୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ଓଡ଼ିଶାର ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଓଡ଼ିଆଙ୍କ ଅସ୍ମିତା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଜାତିକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ । ବିକାଶ କାମରେ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିବାକୁ ଚାହୁଁଛି ।ଦୀର୍ଘ ୧୦ ବର୍ଷ ବିଜେପି ପାଇଁ ଶତ ପ୍ରତିଶତ ଦେଇଛି । ୧୦ ବର୍ଷ ପରେ ବି ବିଜେପିରେ ମୋର ଇଚ୍ଛା ପୂରଣ ହେଲାନି । ବିଜେପିରେ ଆଉ କାମ କରିବାର ସୁଯୋଗ ନଥିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଯାତ୍ରାରେ ସାମିଲ ପାଇଁ ନିଷ୍ପତ୍ତି ନେଲି । ରାଜନୀତିକୁ ଆସିବା ଉଦ୍ଦେଶ୍ୟ ବିଜେପିରେ ପୂରଣ ହୋଇପାରିଲାନି । ବିଜେଡ଼ିରେ ରହି ଓଡ଼ିଶାବାସୀଙ୍କ ସେବା କରିବି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ।ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ by Proprietor Abhimanyu Maharana October 10, 2026 କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026