ବିଜେଡ଼ି ଦଳର ଭୁବନେଶ୍ୱର ଜୋନ କମିଟିର ସାଧାରଣ  ସମ୍ପାଦକଙ୍କ ମାତୃ ବିୟୋଗ

୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ବେଗୁନିଆ :->  ବିଜେଡ଼ି ଦଳର ଭୁବନେଶ୍ବର ଜୋନ କମିଟିର ସାଧାରଣ ସମ୍ପାଦକ ଶ୍ରୀକାନ୍ତ କୁମାର ତ୍ରିପାଠୀଙ୍କ ମାତା ବାସନ୍ତୀ (୭୦)ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଶ୍ରୀ ତ୍ରିପାଠୀଙ୍କ ପୈତୃକ ଗ୍ରାମ ବୋଲଗଡ ବ୍ଲକ ଗେଡିଆପଲ୍ଲୀ ପଂଚାୟତ ଅନ୍ତର୍ଗତ ସାଲତରା ଗ୍ରାମସ୍ଥିତ

ଶ୍ମଶାନରେ ପୁଅ ଶରତ କୁମାର ତ୍ରିପାଠୀ ଓ ଶ୍ରୀକାନ୍ତ କୁମାର ତ୍ରିପାଠୀ ମୁଖାଗ୍ନି ଦେବା ପରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲା ।ଖବର ପାଇ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁଙ୍କ ସମେତ ପହଂଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Exit mobile version