ଆମପାଣି ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଓଡିଶା ତାଜା ନ୍ୟୁଜ୍ (୩୧ ଜୁଲାଇ ଶୁକ୍ରବାର ) କଳାହାଣ୍ଡି ,ଆମପାଣି :- କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଆମପାଣି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି, ଥାନା କର୍ମଚାରୀ, ନେହେରୁ ଯୁବ ଭୋଲେଣ୍ଟିୟର, ଆମପାଣି,ବରାଡଙ୍ଗା, ଡୁଡକାଠେଙ୍ଗା, ବଡ଼ପଡାଗୁଡା ଗ୍ରାମ ପଞ୍ଚୟତର ସରପଞ୍ଚ ତଥା ସ୍ଥାନୀୟ

ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା । ଏହି ରକ୍ତଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ଆମପାଣି ପଞ୍ଚାୟତ ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ, ବରାଡଙ୍ଗା ପଞ୍ଚାୟତ ସରପଞ୍ଚ ଗୋକୁଳ ଚନ୍ଦ୍ର ନାଏକ, ଡୁଡକାଠେଙ୍ଗା ପଞ୍ଚାୟତ ସରପଞ୍ଚ ସବିତା ବାଣୁଆ, ବଡ଼ପଡାଗୁଡା ପଞ୍ଚାୟତ ସରପଞ୍ଚ ଧନୁ ଦୁର୍ଗା,

ନେହେରୁ ଯୁବ ଭୋଲେଣ୍ଟିୟର କୋପ୍ନେଶ୍ୱର ବେମାଲ ଓ ଦିନକାନ୍ତ ମଙ୍ଗରାଜ, ଆମପାଣି ଅଞ୍ଚଳର ସମାଜସେବୀ ଜିତେନ୍ଦ୍ର କୁମାର ପଣ୍ଡା, ବିଜୟ କୁମାର ପଣ୍ଡା, ଗଙ୍ଗାରାମ ବାଣୁଆ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ତଥା ଆମପାଣି ଆଇ. ଆର. ବିଏନ. କାମ୍ପର ଯବାନ ମାନେ ଯୋଗଦେଇ ରକ୍ତଦାନ କରିଥିଲେ । (ରିପୋର୍ଟ -ଛାୟାକାନ୍ତ ନାଏକ )

Exit mobile version