୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ନୟାଗଡ଼ :-> ବାଜିଗଲାଣି ସାଧାରଣ ନିର୍ବାଚନ ବିଗୁଲ l ପ୍ରସ୍ତୁତ ହେଉଛନ୍ତି ନେତା l ନୟାଗଡ଼ରେ ଶକ୍ତିଶାଳୀ ହେବାରେ ଲାଗିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ପଦ୍ମ ପୋଖରୀ ଛାଡି ବହୁ କର୍ମୀ ଶଙ୍ଖ ଧରିଛନ୍ତି l ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଚେଷ୍ଟା ଓ ପ୍ରଚେଷ୍ଟାରେ ଗାଁ ଗାଁରେ ଉର୍ନ୍ନତି ଛାପରେ ସନ୍ତୁଷ୍ଟ ହେଉଛନ୍ତି ଜନତା । ଯେଉଁଥି ପାଇଁ ନୟାଗଡ଼ରେ, ବିଜେଡି ଗଡ଼ ହେବାକୁ ଯାଉଛି । ନୟାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ଲାଠିପଡା ପଞ୍ଚାୟତର ବିଜେପି ଯୁବ ମୋର୍ଚ୍ଚାର କୋଡିଏ ଉର୍ଦ୍ଧ ଯୁବକ ବିଜେଡ଼ି ଯୋଗ ଦେଇଛନ୍ତି l
ସେମାନେ ହେଲେ କୈଳାଶ ବରାଡ଼, ସୁରଜିତ ଡାକୁଆ, ଗୁଗୁଲି ଡାକୁଆ, ପ୍ରଦୀପ କୁମାର ହରିଚନ୍ଦନ, ରୁଦ୍ରମାଧବ ପଣ୍ଡିତ, ସୁଶାନ୍ତ ଡାକୁଆ, ପ୍ରଶାନ୍ତ ଡାକୁଆ, ଦିଲ୍ଲୀପ କୁମାର ନାୟକ, ଚିତ୍ତରଞ୍ଜନ ପଣ୍ଡିତ, ନିରାକାର ବିଶ୍ୱାଳ, ଜଗନ୍ନାଥ ପ୍ରଧାନ, ଟୁଲୁ ଦଳେଇ, ପୂର୍ଣ୍ଣ ଚନ୍ଦ୍ର ନାୟକ, ରୁଦ୍ର ମାଧବ ନାୟକ, ସୋମନାଥ ବିଶ୍ୱାଳ, ବାପି ବରାଡ଼, ଶିଲୁ ବଡତିଆ, ରମେଶ ଚନ୍ଦ୍ର ସାହୁ, ଜିତେନ୍ଦ୍ର ପ୍ରଧାନ, ବିଜୟ କୁମାର ସାହୁ ଓ ସଞ୍ଜୟ ପଣ୍ଡିତ ପଦ୍ମ ପୋଖରୀର ଗୋଳିଆ ପାଣିରେ କାଉଲ ବାଉଲ ହୋଇ ପଦ୍ମ ଛାଡି ଆଜି ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟରେ ବିଜେଡ଼ିରେ ଯୋଗ ଦେଇଛନ୍ତି l
