ରାଜସୁନାଖଳାରେ କୃଷକ ସଂଘ ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ

ବ୍ଲକ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ଜଳଛତ୍ର କେନ୍ଦ୍ର ଖୋଲାଯାଇନାହିଁ 

୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ବୋଲଗଡ଼ :-> ବର୍ତ୍ତମାନ ସାରାରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ସହତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତତଲା ଝାଞ୍ଜି ପବନ ସାରା ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିବାବେଳେ ଆକାଶରୁ ନିଆଁ ବର୍ଷା ହେଉଥିବା ଭଳି ମନେହେଉଛି. ବିଭିନ୍ନ ସ୍ଥାନରେ ଅସହାୟ ତାପମାତ୍ରା ବୃଦ୍ଧି ପାଇବା ସହ ପାଣିପାଗ ସୂଚନା ଅନୁସାରେ ଖୋର୍ଦ୍ଧାଜିଲ୍ଲାରେ 42ଡିଗ୍ରୀ ଉପରେ ପହଁଚିଛି. ଏହି କ୍ରମରେ ବୋଲଗଡ଼ ବ୍ଲକ ଅଞ୍ଚଳରେ 42 ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତାତି ଯୋଗୁଁ ଓ ରାସ୍ତାରେ ଯାଉଥିବା ବାଟୋଇମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି.  

ସେ ନେଇ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀ କୃଷକ ସଂଘ ସଭାପତି ତଥା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ଆବାହକତ୍ୱରେ ରାଜସୁନାଖଳା ତ୍ରିନାଥ ବଜାରଠାରେ ଆଜି ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଯାଇଅଛି.  ଏହି ଜଳଛତ୍ର କେନ୍ଦ୍ରରେ ସମାଜ ସେବୀ ତଥା ଅସହାୟର ବନ୍ଧୁ ଶିପୁନ ରାଉତରାୟ, ଆକାଶ ମହାରଣା, ଆଦିତ୍ୟ ବଳବନ୍ତରାୟ, ହେମନ୍ତ ଛୋଟରାୟ, ସନ୍ତୋଷ ଜେନା,

ସଞ୍ଜୟ ମାଝୀ,ବାପି ମାଝୀ,କୃଷକ ଅର୍ଜୁନ ଜେନା, ସୁଶାନ୍ତ ସ୍ବାଇଁ, ନିଲୁ ସରକାର ପ୍ରମୁଖ ସହଯୋଗ କରି ବାଟୋଇ ତଥା ପଥିକମାନଙ୍କୁ ଦହିପଣା ବଣ୍ଟନ କରିଥିଲେ.  କୃଷକ ସଂଘର ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ ଓ ରାଜନୀତିଜ୍ଞମାନେ ଉଚ୍ଚ ପ୍ରଶଂସା କରିଅଛନ୍ତି. ବୋଲଗଡ଼ ବ୍ଲକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଝାଞ୍ଜି ପବନ ରାଗିରହିଥିଲେ ମଧ୍ଯ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ପର୍ଯ୍ୟନ୍ତ ବାଟୋଇ ତଥା ପଥିକମାନଙ୍କ ନିମନ୍ତେ କୌଣସି ଜଳ ଛାତ୍ର କେନ୍ଦ୍ର ଖୋଲାଯାଇନାହିଁ.  ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜନସାଧରଣମାନେ ଅନୁରୋଧ କରିଅଛନ୍ତି. 

Exit mobile version