‘ତ୍ୟାନ୍ତି ନୟାଗଡ଼ ଡ୍ୟାନ୍’ ନାମରେ ଗୋଟିଏ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି : ଅଡିସନ. 21/4/2024 – ରଣପୁର ମା ମଣିନାଗ କଲ୍ୟାଣ ମଣ୍ଡପ

ନୟାଗଡ ଡାନ୍ସ ନୟାଗଡ 

୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ :-> ନୟାଗଡ଼ ଜିଲ୍ଲାରେ ପ୍ରଥମଥର ପାଇଁ ‘ତ୍ୟାନ୍ତି ନୟାଗଡ଼ ଡ୍ୟାନ୍’ ନାମରେ ଗୋଟିଏ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏହାକୁ “ସୃଜନିକା” ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ଆୟୋଜନ କରୁଛନ୍ତି । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହାର ଅଡିସନ୍ ଶେଷ ହେବା ପରେ ନୟାଗଡ଼ ସଦର ମହକୁମାରେ ସେମି- ଫାଇନାଲ୍ ଓ ଫାଇନାଲ ଅନୁଷ୍ଠିତ ହେବ ।ପ୍ରଥମେ ଏହା ଓଡ଼ଗାଁ ବ୍ଲକରୁ ଆରମ୍ଭ ହୋଇଛି । ଆସନ୍ତା ଅପ୍ରେଲ ୨୧ ତାରିଖ ରବିବାର ଦିନ ୯ ଘଣ୍ଟା ସମୟରେ ରଣପୁର ବ୍ଲକ୍‌ର ମଣିନାଗ କଲ୍ୟାଣ ମଣ୍ଡପଠାରେ ରଣପୁର ପ୍ରତିଯୋଗୀଙ୍କ ପାଇଁ ଅଜିସନ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ପ୍ରତିଯୋଗୀ ମାନଙ୍କର ବୟସ ୮ ବର୍ଷକୁ ୧୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ସମସ୍ତ ପ୍ରକାର ନୃତ୍ୟ ପରିବେଷଣ କରିପାରିବେ ।ପ୍ରତିଯୋଗୀମାନେ ଅପ୍ରେଲ୍‌ ୨୧ ତାରିଖ ରବିବାର ସକାଳ ୯ ଘଣ୍ଟା ସମୟରେ ରଣପୁର ବ୍ଲକ ମଣିନାଗ କଲ୍ୟାଣ ମଣ୍ଡପଠାରେ ନିଜର ନାମକୁ ପଞ୍ଜିକୃତ କରାଇବେ । ପ୍ରତିଯୋଗୀମାନେ ସେମାନଙ୍କ ନାମ, ମୋବାଇଲ (୯୪୩୭୭୬୨୧୫୪ ଏବଂ ୯୯୩୮୩୦୯୬୫୨) ନମ୍ବରରେ ଯୋଗାଯୋଗ କରି ନିଜର ନାମକୁ ମଧ୍ୟ ପଞ୍ଜିକରଣ କରିପାରିବେ । ପ୍ରତିଯୋଗୀମାନେ ସାଙ୍ଗରେ ଜନ୍ମ ତାରିଖ ପ୍ରମାଣ ପତ୍ର (ଆଧାର କାର୍ଡ଼ । ଭୋଟର ପରିଚୟ ପତ୍ର ବିଦ୍ୟାଳୟ ଆଇ, କାର୍ଡ଼) ଆଣିବା ଆବଶ୍ୟକ ।ବିରଞ୍ଚି ନାରାୟଣ ତ୍ରିପାଠୀ, ସମାଜ ସେବୀ ଦାମୋଦର ସାହୁ, ସଚିବ ନିର୍ମଳ ଚନ୍ଦ୍ର ଶୁର ଦେଓ,
ପ୍ରାଧ୍ୟାପକ ବିଜୟ କୁମାର ଜେନା, ଅଧ୍ୟାପିକା ନୀଳିମା ନନ୍ଦ, ଅଭିନେତା ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଓ ରାଜ କିଶୋର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଥିଲେ. ଏବଂ ରଣପୁର ମାଟିର ପ୍ରତିଭା କୁ ଆଗେଇ ନେବାପାଇଁ କହିଥିଲେ.

Exit mobile version