ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ – ମଳିପଡା

୦୬ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ମଳିପଡା :-> ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ମଳିପଡା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି।୧୯୫୧ ମସିହାରେ ସ୍ୱର୍ଗତ ଡକ୍ଟର ଶ୍ୟାମା ପ୍ରଶାଦ ମୁଖାର୍ଜୀ ଓ ସ୍ୱର୍ଗତ ଦିନ ଦୟାଲ ଉପାଧେୟ ଙ୍କ ଦ୍ଵାରା ଗଠିତ ଭାରତୀୟ ଜନସଂଘ ନାମକ ପାର୍ଟି ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟି ନାମରେ ନାମିତ ହୋଇ ଆଜି କିଭଳି ଭାବରେ ଏକ ମହାଦୁର୍ମ ରେ ପରିଣତ ହୋଇ ଆଜି ବିଶ୍ବ ଦରବାରରେ ଏକ ନମ୍ବର ଦଳ ଭାବରେ ଉଭା ହୋଇଛି ଏବଂ ଏହାର ବିଚାରଧାରା ଉପରେ ଶ୍ରୀ ଖଣ୍ଡେଇତରାୟ ଆଲୋକପାତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନମଣ୍ଡଳୀ ସଂଯୋଜକ କିଶୋର ଚନ୍ଦ୍ର ବରାଳ,ବଡ଼ପୋଖରିଆ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବିପିନି ପାଲଟାସିଂହ,ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ,ସୂର୍ଯ୍ୟ ନାରାୟଣ ଦାଶ,୩ନଂ ଯୋନ ର ପୁର୍ବତନ ଜିଲ୍ଳା ପରିଷଦ ପ୍ରଦ୍ୟୁମ୍ନ ଜଗଦେବ, ନକୁଳ ହରିଚନ୍ଦନ,ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଚିସ୍ମିତା ମିଶ୍ର ବଡ଼ଜେନା,ସତ୍ୟରଞ୍ଜନ ପରିଡ଼ା,ଅନୁସୂଚିତ ଜାତି ର ରାଜ୍ୟ ସଂଯୋଜକ ଦିବାକର ଭୋଇ ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ ପ୍ରମୁଖ ସମସ୍ତ ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Exit mobile version