ନାଚୁଣୀ ନିକଟସ୍ଥ କଉଡ଼ି ଖଣି ଛକରେ ଦୁର୍ଘଟଣା : ଡ୍ରାଇଭର ଆହତ

୫ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ୧୬ ନଂ ରାଜପଥର ନାଚୁଣୀ ନିକଟସ୍ଥ କଉଡ଼ିଖଣି ଛକ ଠାରେ ଆଜି ସନ୍ଧ୍ୟାରେ ପୁଣି ଏକ ଦୁର୍ଘଟଣା ଘଟି ଯାଇଛି । ଭୁବନେଶ୍ବର ପଟରୁ ଆନ୍ଧ୍ର ପ୍ରଦେଶ ଯାଉଥିବା ଏକ ଆଇଚର୍ ଟ୍ରକ ନଂ AP 04TT7604 ଛକଠାରେ ଥିବା ହମ୍ପସ ଠିକ୍ ରେ ଜାଣି ନ ପାରି ଆଗରେ ଯାଉଥିବା ଏକ JCB କୁ ପଛରୁ ଧକ୍କା ଦେଇ ଥିଲା ।  JCB ଚାଲି ଯାଇଥିବା ବେଳେ ଆଇଚର ଟ୍ରକ୍ ଟି କ୍ଷତିଗ୍ରସ୍ତ ହୋଇଛି ଓ ଡ୍ରାଇଭର ଆହତ ହୋଇଛି ।

ନାଚୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କୁ ରାସ୍ତାରୁ ହଟାଇ ଯାନ ବାହାନ ଚଳାଚଳ ସ୍ଵାଭାବିକ କରିଛି । ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଅବହେଳା ବାସ୍ତବିକ୍ ପରିତାପର ବିଷୟ । ପ୍ରସ୍ତାବିତ ଅଣ୍ଡର ପାସ୍ ଏଠାରେ ତୁରନ୍ତ କରାଗଲେ ଯାତ୍ରୀ ମାନଙ୍କର ଧନଜୀବନ ସୁରକ୍ଷିତ ହୋଇ ପାରନ୍ତା । ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

Exit mobile version