
ସୁରମା ପାଢୀ ରଣପୁର ନିର୍ବାଚନ ମଣ୍ଡଳୀରେ ଏବେ ସ୍ଵାଧୀନ ଭାବରେ ଲଢ଼ିବେ ବୋଲି ଅଣ୍ଟା ଭିଡିଛନ୍ତି , ସମ୍ବିଦ୍ ଙ୍କୁ ଦେବେ କଡା ଜବାବ

୫ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳିରେ ବିଜେପି ର ବିଧାୟକ ପ୍ରାର୍ଥୀ ଚୟନ କୁ ନେଇ ଦ୍ୱନ୍ଦ୍ୱ ଓ ଉତେଜନା ଦିନକୁଦିନ ବଢିବାରେ ଲାଗିଥିବାବେଳେ ଏହି ପରିପ୍ରେକ୍ଷୀରେ ସୁରମା ଙ୍କୁ ସମର୍ଥନ ସହ ତାପସ ଙ୍କ ପ୍ରାର୍ଥୀତ୍ୱ କୁ ବିରୋଧ କରି ଏକ ବିଶାଳ କର୍ମୀ ସମାବେଶ କେରେଣ୍ଡାଟାଙ୍ଗୀ ଗ୍ରାମ ରେ ଅନୁଷ୍ଠିତ ହୋଇଛି । ଶୁକ୍ରବାର ମଧ୍ୟାହ୍ନ ରେ ଅନୁଷ୍ଠିତ ଏହି ସମାବେଶ ରେ ବିଭିନ୍ନ ଅଂଚଳ ରୁ ପ୍ରାୟ ୮୦୦ ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇ କର୍ମୀ ଙ୍କ ପାଇଁ ଅହରହ ସଂଗ୍ରାମ କରିଥିବା ସୁରମା ଙ୍କୁ ଆମେ ପ୍ରତିଟି ମୁହୁର୍ତରେ ସମର୍ଥନ ଦେବୁ ବୋଲି ମତ ଦେଇଥିଲେ । ଗୋପାଳପୁର ଜୋନ ବିଜେପି ସଂପାଦକ ତଥା ରାଜ୍ୟ ଯୁବ ବିଜେପି ସଂପାଦକ ଅଭିଷେକ ସାମନ୍ତରାୟ ନିଜ ବକ୍ତବ୍ୟରେ କହିଥିଲେ ଯେ , ବିଗତ ୨୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ସୁରମା ହିଁ ରଣପୁର ରେ ବିଜେପି ର ସଂଗଠନ କରି ଆସୁଛନ୍ତି । ବିଜେପି କହିଲେ ରଣପୁର ରେ ଲୋକ ସୁରମା ହିଁ ବୁଝନ୍ତି । ଲଗାତର ତିନି ଥର ବିଜେଡି ସହ ନିର୍ବାଚନ ଲଢି ପରାଜୟ ହୋଇଥିଲେ ମଧ୍ୟ କେବେ ବି ଦଳୀୟ କର୍ମୀ ଙ୍କ ଠାରୁ ଦୁରେଇ ନାହାଁନ୍ତି । ଏପରିକି ଗାଁଗହଳିରେ ହେଉଥିବା ପ୍ରତିଟି ଉତ୍ସବ ରେ ସେ ଉପସ୍ଥିତ ରହି ଲୋକଙ୍କୁ ଉତ୍ସାହିତ କରନ୍ତି ।
-
ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଲୋକସଭା ପ୍ରାର୍ଥୀ ସମ୍ବିଦ ପାତ୍ର ବହୁ ମାତ୍ରା ରେ ଅର୍ଥ ନେଇ ସୁରମାଙ୍କ ଟିକେଟ କାଟି ତାପସ ମାର୍ଥାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା କଥା ଚର୍ଚ୍ଚା ର ବିଷୟ ପାଲଟିଛି ।
-
ରଣପୁର ନିର୍ବାଚନ ମଣ୍ଡଳିରେ ବିଜେପିର : ପୁରୀ ସାଂସଦ ପ୍ରାର୍ଥୀ ସମ୍ବିଦ୍ ପାତ୍ର ଓ ବିଧାୟକ ପ୍ରାର୍ଥୀ ତାପସ ମାର୍ଥାଙ୍କୁ – ରଣପୁର ନିର୍ବାଚନ ମଣ୍ଡଳି ମହଙ୍ଗା ପଡିବ – ଅଭିଷେକ
-
ତୁରନ୍ତ ଟିକେଟ ପରିବର୍ତନ କରିବା ଦିଗରେ ରାଜ୍ୟ ସଭାପତି ପଦକ୍ଷେପ ନେଲେ ରଣପୁରରେ ଉଭୟ ବିଧାୟକ ଓ ଲୋକସଭା ରେ ବହୁ ମାତ୍ରାରେ ବିଜୟ କରିବ ବୋଲି ମତ ରଖିଥିଲେ ।
-
ରାଜନୀତି ଜାଣିନଥିବା ଓ ସଂଗଠନ ନଥିବା ତାପସ କୁ ରାଜ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଆମେ ଦୃଢ ବିରୋଧ କରୁଛୁ ବୋଲି ସେ ଦର୍ଶାଇଛନ୍ତି ।
