ଅନ୍ତର୍ଯ୍ୟାମୀ ଗମାଙ୍ଗ ମୋହନା ନିର୍ବାଚନର ବିଜେଡି ପ୍ରାର୍ଥୀ

୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଗତକାଲି ଘୋଷଣା କରିଛି । ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ । ୨୦୧୯ ନିର୍ବାଚନରେ ତାଙ୍କ ପନ୍ନୀ ପୂଣ୍ଣବାସୀ ନାୟକ ବିଜେଡି ପ୍ରାର୍ଥୀ ଥିବାବେଳେ ଚଳିତ ନିର୍ବାଚନ ପାଇଁ ପୁଣି ତାଙ୍କୁ ପ୍ରାର୍ଥୀ କରିଥିବା ଯୋଗୁଁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ମଙ୍ଗଳବାର କଂଗ୍ରେସ ପୁଣିଥରେ ବିଧାୟକ ଦାଶରଥି ଗମାଙ୍ଗଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ତେଣୁ ମୋହନା ବିଧାନସଭା ଆସନ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ସମସ୍ତଙ୍କ ନଜର ବିଜେପି ଉପରେ ରହିଛି ।

ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ୨୦୦୯ ନିର୍ବାଚନରେ ବିଜେପି ଟିକେଟରେ ଲଢି ମାତ୍ର ୯୦୦ ଭୋଟ ବ୍ୟବଧାନରେ କଂଗ୍ରେସର ଚକ୍ରଧର ପାଇକଙ୍କ ଠାରୁ ପରାସ୍ତ ହୋଇଥିଲେ । ଏହାପରେ ୨୦୧୪ ରେ ବିଜେପି ଅନ୍ତର୍ଯ୍ୟାମୀଙ୍କୁ ଟିକଟ ନ ଦେବାରୁ ସେ ବିଜେଡିର ମଙ୍ଗ ଧରି ଆସିଛନ୍ତି । ଯାହାଫଳରେ ସ୍ବରୂପ ୨୦୧୯ରେ ତାଙ୍କ ପନ୍ନୀ ପୂଣ୍ଣବାସୀଙ୍କ ବିଜେଡି ପ୍ରାର୍ଥୀ କରିଥିଲା । ତେବେ ୨୩୫୪ ଭୋଟ ବ୍ୟବଧାନରେ ସେ କଂଗ୍ରେସର ଦାଶରଥି ଗମାଙ୍ଗଙ୍କ ଠାରୁ ପରାସ୍ତ ହୋଇଥିଲେ । ଟିକେଟ ଘୋଷଣା ପରେ ମୋହନା ବିଜେଡି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମୋହନା ହାଇସ୍କୁଲ ଛକରେ ଆତସବାଜି ବାଣ ଫୁଟାଇ ଖୁସି ମନାଇଛନ୍ତି ବିଜେଡି କର୍ମୀ ।

Exit mobile version