ରଣପୁର ବିଜେଡି ଦଳ ପକ୍ଷରୁ ଯୁଦ୍ଧମ୍ ଦେହିର ଡାକରା

ବିଜେଡିର ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ପ୍ରାର୍ଥୀ ଢ ଅରୁଣ କୁମାର ସାହୁ , ରଣପୁର ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ – ରଣପୁରର ମଣିନାଗ ପୀଠ ଠାରେ ଶକ୍ତି ପ୍ରଦର୍ଶନ କରିଛନ୍ତି

ରଣପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଲଢୁଥିବା ସତ୍ୟନାରାୟଣ ପ୍ରଧାନ ଜଣେ ଭଦ୍ର ଓ ମାୟିକ ବ୍ୟକ୍ତିତ୍ବ ବୋଲି ଡ. ସାହୁ ପ୍ରକାଶ କରିଥିଲେ ।

୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ନିୟାଗଡ଼ :-> ରଣପୁର ନିର୍ବାଚନ ମଣ୍ଡଳୀ ଆଜି ବିକଶିତ ହୋଇଛି , ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଲେଣି ଯୋଦ୍ଧା । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଜିତିବା ପାଇଁ ବିଜେଡି ଚଳାଇଛି ବଡ଼ ପ୍ଲାନ । ନୟାଗଡ଼ ଜିଲ୍ଲାର ୪ ଗୋଟି ଯାକ ନିର୍ବାଚନ ମଣ୍ଡଳୀକୁ ବିଜେଡିର ଦୁର୍ଗ ଭାବେ ପରିଣତ କରିବା ପାଇଁ ବିଜେଡି ଯୁଦ୍ଧ ଘୋଷଣା ଆରମ୍ଭ କରିଛି ।ବିଜେଡିର ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଣପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଆଜି ରଣପୁରର ମଣିନାଗ ପୀଠ ଠାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ରଣପୁରର ଆରାଧ୍ୟା ଦେଵୀ ମା ମଣିନାଗ ପୀଠରୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛନ୍ତି ଅରୁପ ଓ ବାଦଲ । ମଣିନାଗ ପୀଠରେ ଅନୁଷ୍ଠିତ ହୋଇଥିବା ବିଜେଡିର ଏହି ସଭାରେ ପୁରୀ ଲୋକସଭାକୁ ସାଂସଦ ପ୍ରାର୍ଥୀ ଭାବେ ଲଢୁଥିବା ଅରୂପ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଥିବା ସତ୍ୟନାରାୟଣ ପ୍ରଧାନ,

ନୟାଗଡ଼ ବିଧାୟକ ପ୍ରାର୍ଥୀ ଡଃ ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାର ବରିଷ୍ଠ ବିଜେଡି ନେତ୍ରୀ ଇରାନି ରାୟ ପ୍ରମୁଖ ଯୋଗ ଦେଇଛନ୍ତି । ଏହି ସଭାରେ ଅରୂପ ପଟ୍ଟନାୟକ କହିଛନ୍ତି ଯେ ସେ ଡେଲାଙ୍ଗ ମାଟିର ପୁଅ, —ଏବେ ବି ପୋଖରୀରେ ଗାଧୋଉଛନ୍ତି, ଲୋକଙ୍କ ସହିତ ମିଶି ଚାଷ ବାସ କରୁଛନ୍ତି, ତାଙ୍କ ପୋଖରୀରୁ ଅନେକ ଲୋକ ମାଗଣାରେ ମାଛ ଖାଉଛନ୍ତି ।କିଛି କୁଚକ୍ରୀ ତାଙ୍କ ପରିଚୟକୁ ନେଇ ଅଲଗା କଥା କହୁଛନ୍ତି । ରଣପୁର ମାଟିର ଭାଇଭରଣୀ ମାନେ ଡେଲାଙ୍ଗ ଗାଁକୁ ଯାଆନ୍ତୁ, ତାଙ୍କ ପରିଚୟ ଜାଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସେବା କରିବାର ଦାୟିତ୍ଵ ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇଥିବା କ୍ୟାନସର ରୋଗୀଙ୍କ ଠାରୁ ଆରମ୍ଭ କରି ରକ୍ତ ପାଉନଥିବା ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରି ଆସିଛନ୍ତି ।ଏଥି ସହିତ କୋଭିଡ୍ ସମୟରେ ଲୋକ ମାନେ ଭୟରେ ଘର ଭିତରୁ ଯେତେବେଳେ ବାହାରି ପାରୁନଥିଲେ ସେହି ସମୟରେ ସେ ହଜାର ହଜାର ମୂତ ବ୍ୟକ୍ତିଙ୍କ ଶବ ଦାହ କରିଛନ୍ତି ବୋଲି ଅରୂପ ପଟ୍ଟନାୟକ ପ୍ରକାଶ କରିଥିଲେ । ଏହି ଅବସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଅଭିଭାଷଣ ରଖିଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ରଣପୁର ମାଟିକୁ ଭଲ ପାଇ ଆସିଛନ୍ତି । ରଣପୁରର ବିକାଶ ପାଇଁ ସେ ଅନେକ ପ୍ରକଳ୍ପ ମାନ ଅନୁମୋଦନ କରିଛନ୍ତି । ରଣପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଲଢୁଥିବା ସତ୍ୟନାରାୟଣ ପ୍ରଧାନ ଜଣେ ଭଦ୍ର ଓ ଅମାୟିକ ବ୍ୟକ୍ତିତ୍ବ ବୋଲି ଡ. ସାହୁ ପ୍ରକାଶ କରିଥିଲେ ।ଆଗାମୀ ଦିନରେ ଆପଣ ମାନେ ବିଜୁ ଜନତା ଦଳକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସେ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀ ଯୋଗ ଦେଇଥିଲେ । ରଣପୁର ଏନଏସି ଚେୟାରମ୍ୟାନ ରଙ୍ଗୀନ୍ ମହାନ୍ତି , ସ୍ବରାଜ ମହାନ୍ତି , ଏନଏସି ଯୁବ ନେତା ଲିଙ୍ଗରାଜ ନାୟକଙ୍କ ସହିତ ବିଜେଡ଼ି ର ଯୁବ ସଙ୍ଗଠକ ପ୍ରମୁଖ ଯୋଗ ଦେଇଥିଲେ.

Exit mobile version