ସ୍ୱର୍ଗତ ଶାନ୍ତିଲତାଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ ବାଲୁକା ପ୍ରତିମୂର୍ତ୍ତି ସ୍ଥାପନ 

୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ଗ୍ରାମସ୍ଥିତ ଆୟୁର୍ବେଦିକ ଚିକିତ୍ସକ ସୋମନାଥ ମହାପାତ୍ରଙ୍କ ଧର୍ମପତ୍ନୀ ସ୍ୱର୍ଗତ ଶାନ୍ତିଲତା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ବାଲୁକା ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ,ଶିକ୍ଷାବିତ ଗୌର ଚରଣ ପ୍ରହରାଜ,ଭଗବାନ ପଣ୍ଡା, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ସରପଂଚ ହାଡୁବନ୍ଧୁ ମହାପାତ୍ର,

ସମିତି ସଭ୍ୟ ନଳିନୀ ଦେବୀ,ସମାଜସେବୀ ସୁଶାନ୍ତ କୁମାର ସାହୁ,ନବ କିଶୋର ଖୁଣ୍ଟିଆ, ଶିଶିର କୁମାର ଆଚାର୍ଯ୍ୟ ଓ ପ୍ରଶାନ୍ତ କୁମାର ବାରିକଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ ବ୍ୟକ୍ତି ମାନେ ଯୋଗ ଦେଇ ବାଲୁକାରେ ନିର୍ମିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପୁଅ ଅଜୟ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ବଡପୁଅ ବଲ୍ଲଭ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ପୁସ୍ତକ ଅତିଥି ମାନେ ଉନ୍ମୋଚନ କରିଥିଲେ।

Exit mobile version