Home ଓଡ଼ିଶା ପ୍ରଶାସନିକ ଅଧିକାରୀମାନେ ନିରପେକ୍ଷ ହୋଇ ନିର୍ବାଚନ କାର୍ଯ୍ୟ ତୁଲାନ୍ତୁ : ପିତାମ୍ବର ଆଚାର୍ଯ୍ୟ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ପ୍ରିଜାଇଡିଂ ଅଫିସର ନିଯୁକ୍ତି ପତ୍ର ପ୍ରଦାନ ସହିତ ନିୟମ ଖିଲାପ କଲେ ସେମାନଙ୍କୁ ଚାକିରୀରୁ ନିଲମ୍ବନ କିମ୍ବା ବହିଷ୍କାର କରିବାର ଅଧିକାର ରଖିଛନ୍ତି ନିର୍ବାଚନ କମିଶନ ସରକାରୀ ଦଳର କର୍ମୀ ଓ ପ୍ରବକ୍ତା ସାଜି, ଯେଉଁ ଅଫିସରମାନେ ଶାସକ ଦଳ ପାଇଁ କାର୍ଯ୍ୟ କରିବେ ସେମାନଙ୍କ ଉପରେ ନିର୍ବାଚନ କମିଶନ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ଶାସକ ଦଳର ଚାମଚାଗିରି କରି ଭୋଟରଙ୍କୁ ପ୍ରଭାବିତ କଲାଭଳି କୌଣସି ଅନୈତିକ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ “ସି-ଭିଜିଲ ଆପ୍” ଜରିଆରେ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆଣିବାକୁ ଭୋଟରଙ୍କୁ ନିବେଦନ ଓଡିଆ ଅଫିସରମାନେ ଦକ୍ଷତା ପ୍ରଦର୍ଶନ କରି ନିର୍ବାଚନ ପରିଚାଳନାରେ ନିରପେକ୍ଷତା ଅବଲମ୍ବନ କରନ୍ତୁ ୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଜନପ୍ରତିନିଧି ଆଇନ ୧୯୫୦ ଏବଂ ୧୯୫୧ ଦୁଇଟି ଆଇନକୁ ଆଧାର କରି ନିର୍ବାଚନ ପରିଚାଳନା କରାଯାଏ । ଭାରତୀୟ ସମ୍ବିଧାନ ଧାରା ୩୨୪ ଅନୁଯାୟୀ ନିର୍ବାଚନକୁ ଭୟମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି । ଲୋକସଭା ସମେତ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଏଥି ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ଅଧିକରୁ ଅଧିକ ମତଦାନ ପାଇଁ ନିର୍ବାଚନ କମିଶନ ପ୍ରୟାସ ଜାରୀ ରଖିଛନ୍ତି । ମାର୍ଚ୍ଚ ୧୬ ତାରିଖରୁ ଜାରୀ ହୋଇଥିବା ନିର୍ବାଚନ ଆଚରଣ ବିଧି ଆସନ୍ତା ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ବଳବତର ରହିଛି । ଏହି ସମୟରେ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାନ ଜାରୀ କରାଯାଇଛି । ସାଧାରଣ ନିର୍ବାଚନରେ ଉଚ୍ଚ ଓ ବରିଷ୍ଠ ଅଧିକାରୀମାନଙ୍କ ବିରୁଦ୍ଧରେ ଅସାଧୁ ଓ ଅନୈତିକ ଆଚରଣର ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ୩ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାନାମା ଜାରୀ କରିଥିଲେ । ନିର୍ଦ୍ଦେଶ ନମ୍ବର ୨୪, ୨୫ ଓ ୨୬ ଜରିଆରେ ନିର୍ବାଚନ ଦାୟୀତ୍ୱରେ ଥିବା ସରକାରୀ କର୍ମଚାରୀ, ପୋଲିସ ଅଧିକାରୀ ଓ ଭାରତୀୟ ତଥା ରାଜ୍ୟ ପ୍ରଶାସନିକ ସେବା ଅଧିକାରୀଙ୍କ ନିରପେକ୍ଷ ଭୁମିକା ସଂପର୍କରେ ଅବଗତ କରାଇଥିଲେ । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ଅଧିକାରୀ ନିର୍ବାଚନ କମିଶନଙ୍କ ଅଧିନରେ କାର୍ଯ୍ୟରତ ହୋଇଥାନ୍ତି । ନିର୍ବାଚନ କମିଶନ ପ୍ରିଜାଇଡିଂ ଅଫିସର ନିଯୁକ୍ତି ପତ୍ର ପ୍ରଦାନ ସହିତ ନିୟମ ଖିଲାପ କଲେ ସେମାନଙ୍କୁ ଚାକିରୀରୁ ନିଲମ୍ବନ କିମ୍ବା ବହିଷ୍କାର କରିବାର ଅଧିକାର ରଖିଛନ୍ତି । ଯଦି କୌଣସି ସରକାରୀ କର୍ମଚାରୀ ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ନିଜର କର୍ତବ୍ୟକୁ ଅବହେଳା କରି ଶାସକ ଦଳର କୌଣସି ପ୍ରଚାର କିମ୍ବା ସୁହାଇଲା ଭଳି କାର୍ଯ୍ୟ କରନ୍ତି ତାହାଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତୀୟ ନିର୍ବାଚନ କମିଶନ ଏବଂ ତାଙ୍କର ପ୍ରତିନିଧି ହିସାବରେ ରାଜ୍ୟ ନିର୍ବାଚନ ଅଧିକାରୀ ଚେତାଇ ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନେ ନିରପେକ୍ଷ ହୋଇ ନିର୍ବାଚନ କାର୍ଯ୍ୟ ତୁଲାଇବାକୁ ବରିଷ୍ଠ ଆଇନଜୀବି ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଚେତାଇ ଦେଇଛନ୍ତି । ଓଡ଼ିଶା ଅମଲାତନ୍ତ୍ରର ଏକ ଗୌରବମୟ ଇତିହାସ ରହିଛି । ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ୩ଜଣ ଓଡ଼ିଆ ଅଫିସରଙ୍କୁ ମୋଦି ସରକାର ୩ଟି ପ୍ରମୁଖ ବିଭାଗରେ ଦାୟିତ୍ୱ ବସାଇଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସ, ସିଏଜି ଗିରିଶ ମୁର୍ମୁ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ମିଶ୍ର ପ୍ରମୁଖ ନିଜ ଦକ୍ଷତା ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସଭାଜନ ହୋଇ ପ୍ରତ୍ୟେକ ଓଡିଆଙ୍କୁ ପାଇଁ ଗର୍ବିତ କରାଇଛନ୍ତି । ୨୦୦୭ରେ ପଂଚାୟତ ନିର୍ବାଚନ ସମୟରେ ତତ୍କାଳୀନ ରାଜ୍ୟ ନିର୍ବାଚନ ଅଧିକାରୀ ସଂଜୀବ ହୋତା ନିଜ ସରକାରୀ ଗାଡିରେ ବିଜେଡି ଦଳର ନିର୍ବାଚନୀ ଚିରକୁଟ ନେଇଯାଉଥିବା ତତ୍କାଳୀନ ବାଚସ୍ପତିଙ୍କ ବିରୁଦ୍ଧରେ ଫୈାଜଦାରୀ ମାମଲା ରୁଜୁ କରି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ସାଜିଥିଲେ । ଆଜି ତାର ପୁନରାବୃତି କରାଯାଇ ଓଡିଆ ଅଫିସରମାନେ ଦକ୍ଷତା ପ୍ରଦର୍ଶନ କରି ନିରପେକ୍ଷତା ଅବଲମ୍ବନ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସମସ୍ତ ଜିଲ୍ଲାପାଳ, ଏସପି, ଡିଏସପି, ଏସଡିପିଓ, ଥାନା ଅଧିକାରୀମାନଙ୍କୁ ଅନୁରୋଧ କରୁଛି, ସେମାନେ ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୋଇ କିଭଳି ଭୋଟରମାନେ ନିରପେକ୍ଷ ଭାବରେ ଏବଂ ନିର୍ଭିକ ଭାବରେ ଭୋଟକେନ୍ଦ୍ରରେ ମତଦାନ କରିବେ ତାକୁ ଗୁରୁତ୍ୱ ଦିଅନ୍ତୁ । ସରକାରୀ ଦଳର କର୍ମୀ ଓ ପ୍ରବକ୍ତା ସାଜି ଯେଉଁ ଅଫିସରମାନେ ଶାସକ ଦଳ ପାଇଁ କାର୍ଯ୍ୟ କରିବେ ସେମାନଙ୍କ ଉପରେ ନିର୍ବାଚନ କମିଶନ ତୀକ୍ଷଣ ଦୃଷ୍ଟି ରଖିଛନ୍ତି । ସି-ଭିଜିଲ ଆପ୍ ଜରିଆରେ ସାଧାରଣ ଭୋଟର ଏବଂ ନାଗରିକ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି । ଯଦି କୌଣସି ସରକାରୀ କର୍ମଚାରୀ ଶାସକ ଦଳର ଚାମଚାଗିରି କରି ଭୋଟରଙ୍କୁ ପ୍ରଭାବିତ କଲାଭଳି କୌଣସି ଅନୈତିକ କାର୍ଯ୍ୟ କରନ୍ତି, ତାହେଲେ ସି-ଭିଜିଲ ଆପ୍ ଜରିଆରେ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆଣିବାକୁ ଓଡ଼ିଶାର ୩କୋଟି ୩୦ଲକ୍ଷ ସଚେତନ ଭୋଟର ଭାଇଭଉଣୀମାନଙ୍କୁ ନିବେଦନ କରୁଛୁ ବୋଲି ଶ୍ରୀ ଆଚାର୍ଯ୍ୟ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026