ନାରାୟଣ ପୀଠରେ ୧୮ତମ ପ୍ରସିଦ୍ଧ ଲଉଡି ମହୋତ୍ସବ ଓ ଉତ୍କଳ ଦିବସ ପାଳନ

୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) କଟକ :-> ଲଉଡ଼ି ଖେଳ ଗୋପାଳ କୁଳର ଏକ ପାରମ୍ପାରିକ ମହାନ ପର୍ବ । ମହାପୁରୁଷ ଅଚ୍ୟୁତାନନ୍ଦ ରାଧାକୃଷ୍ଣଙ୍କ ଦର୍ଶନ ଓ ଭାବପ୍ରୀତିକୁ ଲଉଡ଼ି ବା ଗୋପାଳ ଓଗାଳ ମାଧ୍ୟମରେ ରଚନା କରିଛନ୍ତି । ଲଉଡି ଖେଳରେ ବହୁ ଆଧ୍ୟାତ୍ମିକ ,ସାମାଜିକ ଓ ସାଂସ୍କୃତିକ ଭାବନା ସ୍ବତପୁତ ଭାବରେ ଜଡିତ ରହିଛି ବୋଲି ବହୁ ମହାମନୀଶ ମତବ୍ୟକ୍ତ କରିଛନ୍ତି।

ମାନବ ଜାତିକୁ ଆଧ୍ୟାତ୍ମିକ ଚେତନା ପ୍ରଦାନ କରିବାରେ ଲଉଡି ଖେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୋପାଳପୁଅଙ୍କ ସହିତ ମିଶି ଲଉଡି ଖେଳିଥିଲେ ବୋଲି ବିଭିନ୍ନ ମହାପୁରୁଷମାନଙ୍କ ରଚନାବଳିରେ ପ୍ରମାଣ ରହିଛି । ଏହି ପରିପେକ୍ଷୀରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ରାୟ ରଘୁନାଥପୁର,

ଉକୁନ୍ଦରା ନାରାୟଣ ପୀଠ ସ୍ତଳୀରେ ଏକ ଲଉଡ଼ି ମହୋତ୍ସବ ଏବଂ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ମହୋତ୍ସବ ରେ ମୁଖ୍ୟଅତିଥି ଭାବେ ଶିକ୍ଷ୍ୟାବିତ ଗୋପାଳ ଚନ୍ଦ୍ର ମିଶ୍ର ଯୋଗଦେଇ ଏହି ଲଉଡ଼ି ମାହୋତ୍ସବକୁ ଉଦଘାଟନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ରାୟରଘୁନାଥପୁର ଯୁବକ ସଂଘର ସମ୍ପାଦକ ଆଇନୀଜୀବୀ ରଶ୍ମି କାନ୍ତ ବେହେରା, କ୍ଳବର ସଦସ୍ୟ ବନମାଳୀ ବେହେରା , ଜ଼ିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସମାଜସେବୀ ତାପସ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଆୟୋଜିତ ଲଉଡି ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବ ଦଶଗୋଟି ଲଉଡ଼ି ଖେଳାଳି ଦଳକୁ ଅତିଥିମାନେ ଉସ୍ଚାହିତ କରିଥିଲେ। ଶେଷରେ ବିଜେତା ଦଳକୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ଲଉଡ଼ି ମହୋତ୍ସବ ପରମ୍ପରା ଏଠାରେ ଦୀର୍ଘ ୧୭ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଅଛି । ଏହି ସମସ୍ତ କାର୍ଯ୍ୟ କ୍ରମକୁ ରାୟରଘୁନାଥପୁର ଯୁବକ ସଂଘ ର ସଦସ୍ୟ ଓ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।

Exit mobile version