ମୋହନା ନିର୍ବାଚନ ମଣ୍ଡଳୀ ବିଜେପି ଆଶାୟୀ ପ୍ରାର୍ଥୀ ବଳରାମ ଭୁୟାଁଙ୍କୁ ସମର୍ଥନ ଲାଗି ଆଲୋଚନା ବୈଠକ

୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ନିର୍ବାଚନ ଯେତେ ପାଖେଇ ଆସୁଛି, ଆଶାୟୀଙ୍କ ସମର୍ଥକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢିବାରେ ଲାଗିଛି। ତେବେ ଦଳୀୟ ଚୟନକର୍ତ୍ତା କାହା ଉପରେ ଆଶା ପ୍ରକଟ କରୁଛନ୍ତି ସେଥିର ଅପେକ୍ଷାରେ ସମର୍ଥକ ସ୍ଥାନେସ୍ଥାନେ ବୈଠକ କରି ଦଳର ସୁଦୃଢ ଲାଗି ତତ୍ବରତା ଦେଖାଉଛନ୍ତି। ତେବେ ସେଥିଲାଗି ଆଜି ଗଜପତିଜିଲ୍ଲା ନୂଆଗଡ ବ୍ଲକ ବେତରସିଂ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ। ଯେଉଁଥିରେ ବର୍ତ୍ତମାନର ମୋହନା ନିର୍ବାଚନ ମଣ୍ଡଳୀ ବିଧାୟକ ଆଶାୟୀ ପ୍ରାର୍ଥୀ ବଳରାମ ଭୁୟାଁଙ୍କ ସମର୍ଥନରେ ରାୟଗଡ ,

ନୂଆଗଡ ଓ ରା ଉଦୟଗିର ବ୍ଲକର କର୍ମୀି ସମୁହ ଏକଜୁଟ ହୋଇ କିପରି ବଳରାମ ଭୁୟାଁଙ୍କୁ ଟିକଟ ଦିଆଯିବ ଓ ତାଙ୍କୁ କିପରି ବିଜୟ କରାଯାଇ ପାରିବ ସେ ନେଇ ଆଲୋଚନା ବୈଠକ କରାଯାଇଥିଲା। ବୈଠକରେ ଶବର ସମାଜ ଗଜପତି ସଭାପତି ଦଣ୍ଡପାଣି ବଡମୁଣ୍ଡି,ବିଶ୍ବହିନ୍ଦୁ ପରିଷଦ ରାୟଗଡ ବ୍ଲକ ସଭାପତି,

ସାରଥି ଭୁୟାଁ,କଙ୍କଡାଗୁଡା ଶବର ସମାଜ ମଣ୍ଡଳୀ ଉପଦେଷ୍ଟା,ଗୌରାଙ୍ଗ ରଇତ, ନୂଆଗଡ ବିଜେପି ମଣ୍ଡଳ ସଭାପତି ନକୁଳ ବଡରଇତ, ପୋତାର ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ସେନାପତି ଭୁୟାଁ , ଶବର ସମାଜ ଜିଲ୍ଲା ଉପଦେଷ୍ଟା ସୁଦର୍ଶନ ଶବର ପ୍ରମୁଖଙ୍କ ସହ ସମସ୍ତ ଦଳୀୟ ପଦାଧିକାରୀ ଙ୍କ ସହ ଅନେକ ମହିଳା ପୁରୁଷ ଉପସ୍ଥିତ ଥିଲେ।

Exit mobile version