ରଣପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି : ସମ୍ବିତ ପାତ୍ର ଗୋ ବ୍ୟାକ୍ ନାରାବାଜୀ ଦେବା ସହ – ସୁରମା ପାଢ଼ି ଜିନ୍ଦାବାଦର ସ୍ଲୋଗାନ  

ସମ୍ବିତ ପାତ୍ର ଗୋ ବ୍ୟାକ୍ ନାରାବାଜୀ ଦେବା ସହ – ସୁରମା ପାଢ଼ି ଜିନ୍ଦାବାଦର ସ୍ଲୋଗାନ 

୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ନୟାଗଡ଼ :->  ଟିକେଟ କଳିକୁ ନେଇ କନ୍ଦଳ କେବଳ କଂଗ୍ରେସରେ ସୀମିତ ରହିନି ବରଂ ବିଜେପି କାର୍ଯ୍ୟାଳୟ ରେ ମଧ୍ୟ ଏଭଳି କିଛି ବିରୋଧ ପ୍ରଦର୍ଶନ ଦେଖୁବାକୁ ମିଳିଛି । ବିଜେପି ବିଧାନସଭା ପାଇଁ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ପ୍ରତିବାଦର ଚିତ୍ର ସାମ୍ନାକୁ ଆସିଛି। ହିମାଂଶୁ ଶେଖର ସାହୁଙ୍କ ଶହ ଶହ ସମର୍ଥକ,ଧର୍ମଶାଳା ଆସନରେ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀତ୍ବକୁ ବିରୋଧ କରିଛନ୍ତି । ସବୁବେଳେ ଲୋକଙ୍କ ସହ ରହି ଆସିଥିବା ହିମାଂଶୁ ଶେଖର ସାହୁଙ୍କ ଟିକେଟ୍ କାହିଁକି କଟିଲା ବୋଲି କର୍ମୀମାନେ ପ୍ରଶ୍ନ କରିଛନ୍ତି ।

ତେବେ ନିର୍ବାଚନ ସମୟରେ ନେତାଙ୍କ ଟିକେଟ୍ କଟିବାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖାଯାଏ, ତେବେ ଏହି ଅସନ୍ତୋଷକୁ ସଂପୃକ୍ତ ଦଳ କିଭଳି ପ୍ରଶମିତ କରୁଛି, ତାହା ଦେଖିବାକୁ ବାକି ରହିଲା । ଆଜି ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ସମାନ ଅବସ୍ଥା । ସୁରମା ପାଢ଼ୀଙ୍କ ସମର୍ଥକ ମାନେ ଦଳୀୟ କାର୍ଯ୍ୟାଳୟ ଆଗରେ ନାରାବାଜୀ କରିଛନ୍ତି । ସମ୍ବିତ ପାତ୍ର ଗୋ ବ୍ୟାକ୍ ନାରାବାଜୀ ଦେବା ସହ ସୁରମା ପାଢ଼ି ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ । ବହୁଦିନ ଧରି ରଣପୁର ବିଜେପି ସହିତ ଜଡିତ ଥିବା ସୁରମା ପାଢ଼ୀଙ୍କୁ ଦଳ ଏଥର ରଣପୁରରୁ ପ୍ରାର୍ଥୀ କରି ନଥିବାରୁ ଏହାର ପ୍ରତିବାଦ କରିଥିଲେ କର୍ମୀ ମାନେ । ଅଗାମୀ ଦିନରେ ରଣପୁର ବିଜେପିର ଦଳୀୟ କନ୍ଦଳ କିପରି ସୃଷ୍ଟି ହେଉଛି . ସେଥ‌ିପ୍ରତି ନଜର ରଖୁଛନ୍ତି ଜନତା ।

କଂଗ୍ରେସ ଭବନରେ ଟିକେଟ୍ ପାଇଁ ଧାରଣା ଦେଇଛନ୍ତି କଂଗ୍ରେସ କର୍ମୀ । ଜଳେଶ୍ବର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥ‌ିବା ସୁଦର୍ଶନ ଦାସଙ୍କ ଶହ ଶହ ସମର୍ଥନ ଧାରଣାରେ ବସିଥିଲେ । ଯଦିଓ କଂଗ୍ରେସର ପ୍ରଥମ ପଧ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ଏବଂ ଏଥିରେ ଜଳେଶ୍ବର ଆସନ ପାଇଁ କିଏ ପ୍ରାର୍ଥୀ ହେବେ ଘୋଷଣା ହୋଇନି, ତଥାପି ସୁଦର୍ଶନ ଦାସଙ୍କ ଟିକେଟ୍ କଟିଯାଉଥୁବା ଆଶଙ୍କା କରି ପ୍ରତିବାଦ କରିଥିଲେ । ତେବେ ହୋହଲ୍ଲା ଭିତରେ ପିସିସି ସଭାପତି ଆସି ଧାରଣା ଦେଉଥିବା କର୍ମୀଙ୍କୁ ବୁଝାସୁଝା କରିଥିଲେ ।

Exit mobile version