Home ଓଡ଼ିଶା ଆକ୍ରୋପଲିଶ୍ ପରିବାର ପକ୍ଷରୁ ୮୮ତମ ଉତ୍କଳ ଦିବସ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ପବିତ୍ର ଉତ୍କଳ ଦିବସ ଅବସରରେ ଗତ ସନ୍ଧ୍ୟାରେ ଗୋଠପାଟଣା ସ୍ଥିତ ଆକ୍ରୋପଲିଶ୍ ପରିବାର ପକ୍ଷରୁ ଅତ୍ୟନ୍ତ ଉତ୍ସାହର ସହ ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆକ୍ରୋପଲିଶ ପ୍ରେକ୍ଷାଳୟରେ ନବ ଉତ୍କଳର ନିର୍ମାତା ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ଭୂମିକା ନେଇଥିବା ପ୍ରାତଃ ସ୍ମରଣୀୟ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପ୍ରକୃତି କବି ଗଙ୍ଗାଧର ମେହେର, ବ୍ୟାସକବି ଫକୀର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ , ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଗଜପତି କୃଷ୍ଣଚନ୍ଦ୍ର ଭଞ୍ଜ ପ୍ରମୁଖଙ୍କ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ସହ ସମ୍ମାନୀୟ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ପ୍ରଧ୍ୟାପକ ଡଃ ସୁରେନ୍ଦ୍ରନାଥ ତ୍ରିପାଠୀ କାର୍ଯ୍ୟକ୍ରମ ଆରମ୍ଭରେ ଉଦଘାଟନୀ ଭାଷଣ ପ୍ରଦାନ କରି ଉତ୍କଳର ଉପରୋକ୍ତ ବରପୁତ୍ର ମାନଙ୍କର ସ୍ମୃତିଚାରଣ କରିବା ସହ ଭାଷାଭିତ୍ତିକ ଓଡ଼ିଶା ଗଠନ ପାଇଁ ଆନ୍ଦୋଳନରେ ସେମାନଙ୍କର ତ୍ୟାଗ ଓ ତପସ୍ୟା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀମାନ ଦୀନବନ୍ଧୁ ଷଡ଼ଙ୍ଗୀ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ସମସ୍ତେ ନିଜକୁ ପ୍ରଥମେ ଓଡ଼ିଆ ଜାତିର ବୋଲି ଅନୁଭବ କରିବା ସହ ଏହାର ଦିଗନ୍ତ ବିସ୍ତାରୀ ଐତିହ୍ୟ ପରମ୍ପରାକୁ ବଜାୟ ରଖିବାକୁ କଟୀବଦ୍ଧ ହେବାକୁ ଆହ୍ଵାନ ଦେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଶ୍ରୀମାନ୍ ସୌରଭ କୁମାର ସାହୁ ଓଡ଼ିଶାର ଦିଗ୍ ବିଜୟୀ ରାଜା ବୀରଶ୍ରୀ ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବୀରବର କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଶାର ପରିସୀମା ସହ ତାଙ୍କ ନାମ ସହ ଯୋଡ଼ି ହୋଇଥିବା ଉପାଧିର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ । ଅନ୍ୟ ପ୍ରମୁଖ ଅତିଥିଙ୍କ ମଧ୍ୟରେ ଶ୍ରୀଯୁକ୍ତ ସୁଧାଂଶୁ କୁମାର ଲେଙ୍କା, ଶ୍ରୀମତୀ ମନ୍ଦାକିନୀ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । IIMT ଶିକ୍ଷା ଅନୁଷ୍ଠାନର ପୃଷ୍ଠପୋଷାକତା ରେ ପ୍ରବନ୍ଧକ ଶ୍ରୀମାନ ଜୟପ୍ରକାଶ ମିଶ୍ର ଉପସ୍ଥିତ ରହି ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର, ଟ୍ରଫି ପୁରସ୍କୃତ କରି ଉତ୍ସାହିତ କରିଥିଲେ। କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’ ମାତୃ ବନ୍ଦନା ସଂଗୀତ ଉପସ୍ଥିତ ସମସ୍ତ ଆକ୍ରୋପଲିଶ ପରିବାର ଦଣ୍ଡାୟମାନ ହୋଇ ଗାନ କରିଥିଲେ.। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ନେଇଥିବା ଯୋଗଜନ୍ମା ମହାପୁରୁଷମାନଙ୍କ ବ୍ୟକ୍ତିତ୍ୱ , କୃତିତ୍ୱ ଓ ବର୍ତ୍ତମାନ ସମୟରେ ଆମର କର୍ତବ୍ୟ ଆଲୋଚନାର ମୁଖ୍ୟ ବିଷୟ ଵିନ୍ଦୁ ହୋଇଥିଲା । ମଂଚାସୀନ ଅତିଥିମାନଙ୍କ ଓଜସ୍ୱୀ ଅଭିବ୍ୟକ୍ତି ସମସ୍ତଙ୍କୁ ଉର୍ଜାବାନ କରିବା ସହ ଓଡିଶା ମାଟି ଓ ସଂସ୍କୃତି ପାଇଁ ସ୍ୱାଭିମାନ ଜାଗ୍ରତ କରି ଥିଲା। ଆମ ପୂର୍ବଜ ମାନଙ୍କ ବଳିଦାନ, ତ୍ୟାଗ ଓ ତିତିକ୍ଷା ହିଁ ଆମକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଆଣି ଦେଇଥିଲା ବୋଲି ମତ ପ୍ରକାଶ ପାଇଥିଲା । ମଂଚାସୀନ ଅତିଥିଗଣ ଏବଂ ଆକ୍ରୋପଲିଶ ପରିବାର ପକ୍ଷରୁ ଏ କାର୍ଯ୍ୟକ୍ରମର ଉତ୍ତମ ସଂଯୋଜନା ପାଇଁ ହାର୍ଦ୍ଦିକ କୃତଂଜ୍ଞତା ପ୍ରକାଶ କରିଥିଲେ। ଆକ୍ରୋପଲିଶ ର ଉପଦେଷ୍ଠା ସମିତି ଏବଂ ପରିଚାଳନା ସମିତି ସଭ୍ଯମାନେ ଜାତୀୟତାବୋଧ, ଦେଶପ୍ରୀତି ଏବଂ ଓଡ଼ିଆ ଅସ୍ମିତାର ଉଦ୍ରେକ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସମସ୍ତ ଓଡ଼ିଆଙ୍କୁ ଏକାଠି କରି ଉତ୍କଳୀୟ ସଂସ୍କୃତି ଏବଂ ଭାଷାପ୍ରୀତି ସୃଷ୍ଟି କରିବା ପାଇଁ ଦେଶାତ୍ମବୋଧ ସଂଗୀତ, ଓଡିଶୀ ନୃତ୍ୟ, ଓଡିଆ ପିଠା ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା, ବେଶ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାର ବିଜୟୀ ପ୍ରାର୍ଥୀଙ୍କର ପୁରସ୍କୃତ କରି ତାଙ୍କ ପ୍ରତିଭାର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା। ଏହି ସାମୁହିକ କାର୍ଯ୍ୟକ୍ରମରେ ଆକ୍ରୋପଲିଶ୍ ପରିବାରର ସମସ୍ତ ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026