ଚଡ଼େୟାପଲ୍ଲୀ ରେ ୪୭ତମ ପ୍ରାଦେଶିକ ଚାରଣ ସମ୍ମିଳନୀ

୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଓଡଗାଁ :->  ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ଚଡେୟାପଲ୍ଲୀ ଠାରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ସାହୁ ଓ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରାଙ୍କ ବିଶେଷ ତତ୍ଵାବଧାନରେ ୪୭ ତମ ପ୍ରାଦେଶିକ ଚାରଣ ସମ୍ମିଳନୀ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି | ପଣ୍ଡିତ ସଦାଶିବ ରଥଶର୍ମାଙ୍କ ଅମଳରୁ ବହୁ ଭାଇ ଭଉଣୀ ନିଜେ ଭଲରେ ରହି ସମାଜ ସୁସ୍ଥତା ପାଇଁ ଲୋକ ସଂଗ୍ରହ କରୁଛନ୍ତି। ସେହି ସ୍ମରଣୀୟ ମାନଙ୍କୁ ମନେ ପକାଇବା ପାଇଁ ‘୪୭ ତମ ପ୍ରାଦେଶିକ ସମ୍ମିଳନୀ’

ଗତ ମାର୍ଚ୍ଚ ୩୧ ତାରିଖ ଠାରୁ ଅପ୍ରେଲ ମାସ ୨ତାରିଖ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ପଞ୍ଚୁରିଡ଼ା ମାନପୁର ମଣ୍ଡଳର ପଞ୍ଚୁରିଡ଼ା ମାନପୁର ଓ ଚଡ଼ୟାପଲ୍ଲୀ ଶାଖା ମିଳିତ ଆନୁକୂଲ୍ୟରେ ଗ୍ରାମବାସୀ ତଥା ଅଞ୍ଚଳର ଭାଇ ଭଉଣୀ ମାନଙ୍କ ସହଯୋଗରେ ମାର୍ଚ୍ଚ ୩୧ତାରିଖ ୧୦୮ କଳସ କୁ ଏକ ବିଶାଳ ଶୋଭାଯାତ୍ରା ରେ ଗ୍ରାମ ପରୀକ୍ରମା କରାଇ ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା |

ସମ୍ମିଳନୀ ଅବସରରେ ଯଜ୍ଞ, ଶିକ୍ଷା ଶିବିର, ନଗରକୀର୍ତ୍ତନ, ଭାଗବତ ସଭା, ବେଶ ପ୍ରଦର୍ଶନୀ ସହ ଆନ୍ତର୍ଜାତିୟ ଋରଣଗୋଷ୍ଠୀର ଆନୁଷ୍ଠାନିକ ବାର୍ଷିକ ସାଧାରଣ ସଭା ମଧ୍ଯ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ସୁଆର ସେବାସୀଙ୍କ ଯୋଗଦାନ ଥିବାବେଳେ | ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା |

Exit mobile version