ବିଶିଷ୍ଟ କଣ୍ଠ ଶିଳ୍ପୀ – ଶାନ୍ତିଲତା ବାରିକଙ୍କ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

ତାଙ୍କ ଭଜନ ତାଙ୍କୁ ଅମର କରି ରଖିବ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତି ଲତା ବାରିକ ଜଗନ୍ନାଥ ଙ୍କ ର ଅନନ୍ୟ ଭକ୍ତ ଥିଲେ. ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶା ର ଘରେ ଘରେ ସେ ସୁପରିଚିତ ଥିଲେ . ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣ ର ସଂଗୀତମୟ ନିବେଦନ.

ତାଙ୍କ ସ୍ୱର ପରିବେଶ କୁ ଭକ୍ତିମୟ କରିବା ସହ ଶ୍ରୋତା ଙ୍କ ହୃଦୟ ରେ ଭାବାବେଗ ସୃଷ୍ଟି କରି ପାରୁଥିଲା. ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବର୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ଶାନ୍ତିଲତା ବାରିକଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ସ୍ୱର୍ଗତ ଶାନ୍ତିଲତା ବାରିକ ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି. 

Exit mobile version