ଗୃହ ପାଳିତ ପଶୁ ଏବେ ମରଣ ସହିତ ସଙ୍ଗର୍ସ

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ପଞ୍ଚାୟତ ଅଂଚଳ ରେ ଦେଖିବାକୁ ମିଳୁଛି ଗୃହ ପାଳିତ ପଶୁ ମାନଙ୍କର ବିଭିନ୍ନ ରୋଗରେ ଆକ୍ରାନ୍ତ, ଗାଈ, ଛେଳି, ମଇଁଷି ମାନଙ୍କର ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ, ତେବେ ଛେଳିଗଡ଼ ଗ୍ରାମର ଗୌଡ଼ ମାନେ ପଶୁ ଚିକିତ୍ସା କେନ୍ଦ୍ର ରେ ମେଳ ବାନ୍ଧି ଗେଟ ସମୁଖରେ ଧାରଣା ଦେଲେ,

ସେମାନଙ୍କ ର ଅଭିଯୋଗ କି ଗୃହ ପାଳିତ ପଶୁ ମାନଙ୍କ ଅନେକ ରୋଗରେ ଆକ୍ରାନ୍ତ ହୋଇ ଦୁଇ ତିନି ମୁଣ୍ଡ ମୃତ୍ୟୁ ବରଣ କଲେ, ତେବେ ଏହାର ସମସ୍ୟାର ସମାଧାନ ନ କରାଯାଏ ଭୋଟ ବୋର୍ଜନ କରିବାକୁ ଚେତାବନୀ ଦେଇଛି ଗୌଡ଼ ଦଳ, କାରଣ ଆଜକୁ ପ୍ରାୟ ଛ ମାସ ହେଲା

କୌଣସି ପଶୁ ଡାକ୍ତର ଏହି ପଶୁ ଡାକ୍ତର ଖାନରେ ରହୁ ନାହାନ୍ତି କି କୋଲ କଲେ ରିସିଭ କରୁ ନାହାନ୍ତି ଦେବେ ପ୍ରଶାସନ କାହିଁକି ଏତେ ନୀରବତା, ଭଲରେ ଦେଖନ୍ତୁ ଏହି ଦୃଶ୍ୟ କୁ ଗେଟ ରେ ବନ୍ଧା ହେଇଛି ରସି ଖଣ୍ଡ ଏବଂ ଅଫିସ ରେ ପଡିଛି ତାଲା, ତେବେ ପଶୁ ଡାକ୍ତର ବାବୁ ମାନଙ୍କର ନିଦ ଭାଙ୍ଗୁନି, ତେବେ କେବେ ଏମାନଙ୍କ ସମସ୍ୟାର ସମାଧାନ ହେବ ତାହା ଅପେକ୍ଷା !

Exit mobile version