କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳନ

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ସରକାରୀ ଉଚ୍ଚ ବିଦ୍ୟାଳୟ କେ. ଏମ. ଭାଲିଆସାହି ଠାରେ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ଗହଳରେ ମହାପୁରୁଷ ମାନଙ୍କୁ ପୁଷ୍ପ ମାଲ୍ୟlର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରlଯାଇଥିଲା l ତତ ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦେଶlତ୍ମବୋଧକ ସଂଗୀତ ଗାନ କରିବା ସହିତ ସେମାନଙ୍କର ଗୁଣ ଗାନ ପୂର୍ବକ ଭାଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l

ଉକ୍ତ ସମାରୋହରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯଥା ରାମଚନ୍ଦ୍ର ଦଳବେହେରା (ପ୍ରଧାନ ଶିକ୍ଷକ ), ପ୍ରହ୍ଲାଦ ଶିଅଳ, କିଶୋର ଚନ୍ଦ୍ର ଦଣ୍ଡସେନା, ତାରିଣୀ ଚରଣ ମଣ୍ଡଳ, ସନ୍ତୋଷ ନାଇକ, ସଞ୍ଜୟ ଗୌଡ଼, ନୀଳକଣ୍ଠ ନାୟକ, ଅସିତ କୁମାର ସାହୁ,କେଦାରନାଥ କର, ସୁଶାନ୍ତ ସାହୁ, ଦିଗାମ୍ବର ଦାସ, ବିରଜାମାଳିନୀ ନାୟକ, ସୁଷମା ବଣୁଆରାୟୀ, ମମତା ବେହେର୍ଦଳାଇ, ରବିନା ଦାସ, ପ୍ରଜ୍ଞାଦୀପ୍ତା ପାଇକ,

ସୁନିତା କୁମାରୀ ଦଳାଇ, ସଂଗୀତା କୁମାରୀ ସାହୁ ଏବଂ କିରାଣୀ ମନୋଜ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ମହାପୁରୁଷ ମାନଙ୍କ ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ l ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ଯୋଡlମ୍ବ ର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମୁଖ୍ୟ ବକ୍ତା ଭାବେ ଆସନ ଅଳଂକୃତ କରି ଭାଷଣ ମlଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ସଦ ଉପଦେଶ ପ୍ରଦାନ କରିଥିଲେ l ପରିଶେଷରେ କିଶୋର ଚନ୍ଦ୍ର ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିବା ସହିତ ମିଷ୍ଟାନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା l

Exit mobile version