ଅଗ୍ନିବିପନ ପରିବାରକୁ ଭେଟି ସହାୟତାର ହାତ ବଢାଇଲେ – ଦଶପଲ୍ଲା ବିଧାୟକ

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଗତ ୨୮ ତାରିଖ ଦିନ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତର ତିଳାବାଡି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି । ଅଗ୍ୟାଂତ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ତିଳାବାଡି ଗ୍ରାମର ପଞ୍ଚାନନ ବେହେରା,ବିଶି ବେହେରା,ନାରାୟଣ ବେହେରା,ବିଷ୍ଣୁ ବେହେରାଙ୍କ ୪ବଖରା ଘର ଓ ଏଥିରେ ଥିବା ବହୁ ଆସବାବପତ୍ର ଜଳି ଯାଇଥିଲା ।

ଖବର ପାଇ ଆଜି ସନ୍ଧ୍ୟା ସମୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ରବେହେରା,ଦଶପଲ୍ଲା ବ୍ଲକ ବିଜେଡ଼ି ସଭାପତି ସୁଦାମ ଚରଣ ନାୟକ ,ଦଶପଲ୍ଲା ବ୍ଲକ ବିଜେଡ଼ି ସଂଗଠକ ଉପେନ୍ଦ୍ର କୁମାର ସାହୁ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧକ୍ଷ କିଶୋର ଚନ୍ଦ୍ର ଦାସ ଙ୍କ ସମେତ ଟାକରା ଅଞ୍ଚଳର ବିଜୁ ଜନତା ଦଳର ଦୃଢ଼ ସଂଗଠକ ପ୍ରଦୀପ କୁମାର ସାହୁ ,ଜଗବନ୍ଧୁ ଆଚାର୍ଯ୍ୟ ଙ୍କ ସହିତ ଅଭିମନ୍ୟୁ ସାହୁ,ନିରଞ୍ଜନ ରାଉଳ ,

ବାନାମ୍ୱର ନାଏକ ତିଳାବାଡ଼ି ଗ୍ରାମରେ ପହଂଚି ପଞ୍ଚାନନ,ବିଷ୍ଣୁ,ବିଶି,ନାରାୟଣ ଙ୍କ ପରିବାର କୁ ବିଧାୟକଙ୍କ ତରଫରୁ ସହାୟତା ଯୋଗାଇଦେବା ସହ ଏହି ୪ ପରିବାର କିପରି ସରକାରଙ୍କ ସମସ୍ତ ସୁବିଧାରେ ଶୀଘ୍ର ଅନ୍ତର୍ଭୁକ୍ତ ହୋଇପାରିବେ ସେନେଇ ବିଧାୟକ ଶ୍ରୀ ବେହେରା ଆଲୋଚନା କରିଥିଲେ ।ସବୁ ସମୟରେ ସମସ୍ତ ପାଖରେ ବିଧାୟକ ପହଂଚି ଏମିତି ସହାୟତା ହାତ ବଢ଼ାଇଥିବାରୁ ତିଳାବାଡ଼ି ଗ୍ରାମବାସୀ ବିଧାୟକ ଙ୍କୁ ପ୍ରଶଂସା କରିଛନ୍ତି ।

Exit mobile version