ନୂଆଗାଁ ବ୍ଲକ୍ ରେ ଜିଲ୍ଲା ସ୍ତରୀୟ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ନୂଆଗାଁ

ଓଡିଶା ତାଜା ନ୍ୟୁଜ୍ (୩୦ ଜୁଲାଇ ଗୁରୁବାର) ନୂଆଗାଁ ବ୍ଲକ୍ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଭିଡିଓ କନଫରେନ୍ସିଂ ଗୃହରେ ଜିଲ୍ଲା ସ୍ତରୀୟ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦୨୦ -୨୧ ମସିହା ଖରିଫ୍ ଋତୁ ଆରମ୍ଭ ହେବାକୁ ଥିବାବେଳେ ଚାଷୀ ମାନଙ୍କ ପଞ୍ଜିକରଣ କରାଯିବା ଉପରେ ପ୍ରଶିକ୍ଷଣ ରେ ଗୁରୁତ୍ୱାରୋପ କରାଯାଇଥିଲା ।

ଭିଡିଓ କନଫରେନ ସିଂ ମାଧ୍ୟମରେ ପ୍ରଦାନ କରାଯାଇଥିବା କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ୍ ଏମ୍ .ଆଇ ରଚିତା ପଣ୍ଡା,ସେବା ସମବାୟ ସମିତି ସମ୍ପାଦକ,ଡି ଇ ଓ ଉପସ୍ଥିତ ରହି ପ୍ରଶିକ୍ଷଣ ରେ ଭାଗ ନେଇଥିଲେ । (ସୁବ୍ରତ ପରିଡ଼ା ଙ୍କ ରିପୋର୍ଟ)

Exit mobile version