ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳିତ

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଚିଲିକା :-> ନାଚୁଣୀ ସ୍ଥିତ ବରିଷ୍ଠ ନାଗରିକ ସଂଘ ର ୧ମ ବାର୍ଷିକ ଉତ୍ସବ ଓ ୮୯ତମ ଉତ୍କଳ ଦିବସ ଆଜି ବଡପଦର ସ୍ଥିତ ଜଗତି ପାହାଡ଼ ମନ୍ଦିର କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସ୍ଥାୟୀ ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବାଗ୍ମୀ ତଥା ଚାନ୍ଦପୁର ବରିଷ୍ଠ ନାଗରିକ ମଞ୍ଚ ର କର୍ମକର୍ତ୍ତା ନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଡଃ କୈଳାସ ଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ଙ୍କ ର ବିଭିନ୍ନ ସମସ୍ୟା ଓ ସେମନଙ୍କର ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଉଦ୍ଵ ବୋଧନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶରତ ସିଂହ ହରିଚନ୍ଦନ, ରାମଚନ୍ଦ୍ର ମାର୍ଥା, ଭିକାରୀ ଚରଣ ପ୍ରଧାନ, ମକରଧ୍ବଜ ପଲେଇ, ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଶରତ କୁମାର ବ୍ରହ୍ମା ଓ ଦିଲ୍ଲୀରେ କୁମାର ଦାଶ ଵେଦପାଠ କରିଥିଲେ।

ସଙ୍ଗୀତ ନିର୍ଦ୍ଦେଶକ ଅଜିତ୍ କୁମାର ମିଶ୍ର ପ୍ରାରମ୍ଭିକ ଦେଶାତ୍ମବୋଧକ ସଙ୍ଗୀତ ବନ୍ଦେ ମାତରଂ ଗାନ କରିଵା ସହ ଉଦ୍ ଯାପନ ସଙ୍ଗୀତ ମଧ୍ୟ ଗାନ କରିଥିଲେ। ସମ୍ପାଦକ ଦେବେନ୍ଦ୍ରନାଥ ମହାରଥା ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ବରିଷ୍ଠ ସଭ୍ୟ ତଥା କୋଷାଧ୍ୟକ୍ଷ ହରିବନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବରିଷ୍ଠ ସଭ୍ୟ ଭିକାରୀ ଚରଣ ପ୍ରଧାନ ଙ୍କୁ ନାଟ୍ୟ ସାଧନା, ସାମ୍ବାଦିକତା ପାଇଁ ଏବଂ ଭାଗିରଥି ମହାପାତ୍ର ଙ୍କୁ ଦକ୍ଷ ପ୍ରଶାସକ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।


 

Exit mobile version