ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ – ଦଶପଲ୍ଲା ବିଧାୟକ

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ନୂଆଗାଁ :-> ନୂଆଗାଁ ବ୍ଲକ ଅନ୍ତର୍ଗତ ବଡଗୋଠ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ସ୍ବର୍ଗତ ନନ୍ଦିନୀ ନାୟକ ଙ୍କ ଆଜି ତାଙ୍କ ବାସଭବନରେ ଅକାଳ ବିୟୋଗ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ମେଳାପି ଏବଂ ବିଜୁ ଜନତା ଦଳର ଜଣେ ସକ୍ରିୟ ମହିଳା ଭାବେ ପରିଚିତ ଥିଲେ।

ତାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ଦଶପଲ୍ଲା ଯୁବ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦ ଗତି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବିଜେଡ଼ି ର ବହୁ ବରିଷ୍ଠ କର୍ମୀ ପହଞ୍ଚି ଥିଲେ।

Exit mobile version