୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଉତ୍ସାହକୁ ପାଳନ କରି ସିଗ୍ରାମ୍ର ରୟାଲ ଷ୍ଟାଗ୍ ପକ୍ଷରୁ ଏକ ପ୍ରଥମ ଧରଣର ସଙ୍ଗୀତ ଉତ୍ସବ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣ ଉପସ୍ଥାପନ କରାଯାଇଛି । ଯେଉଁଥିରେ ବଲିଉଡର ସର୍ବାଧିକ ଲୋକପ୍ରିୟ ସଙ୍ଗୀତଗୁଡିକ ହିପ୍ହପ୍ର ବିଟ୍ ସହ ଏକତ୍ରିତ ହୋଇଛି । ଏହି ମ୍ୟୁଜିକାଲ ୟୁଥ୍ ଏନ୍ଗେଜମେଂଟ୍ ପ୍ଲାଟ୍ଫର୍ମ ମାର୍ଚ୍ଚ ୩୦ ତାରିଖ, ୨୦୨୪ରେ ଓଡିଶାର ଭୁବନେଶ୍ୱରରେ ଏହାର ଚଳିତ ବର୍ଷର ୪ର୍ଥ ଓ ଶେଷ ଅନ୍-ଗ୍ରାଉଣ୍ଡ ଅନୁଭୂତିର ଆୟୋଜନ କରିଥିଲା । ଭୁବନେଶ୍ୱର ସହର ଜୀବନ୍ତ ହୋଇ ଉଠିଥିଲା କାରଣ ରୟାଲ ଷ୍ଟାଗ ବୁମବକ୍ସ ଏକ ମୂଳ ସାଉଣ୍ଡସ୍କେପ ସୃଷ୍ଟି କରିବା ପାଇଁ ସଙ୍ଗୀତ ଶିଳ୍ପର ଦୁଇଟି ବିପରୀତ ଜେନର୍ର ସଙ୍ଗୀତକୁ ଏକତ୍ରିତ କରିଥିଲା ।
ପ୍ରାୟ ୧୦,୦୦୦ ଉତ୍ସାହୀ ଦର୍ଶକଙ୍କ ସହିତ ଭୁବନେଶ୍ୱର ରୟାଲ ଷ୍ଟାଗ୍ ବୁମ୍ବକ୍ସର ଯୁବସୁଲଭ ଉତ୍ସାହ ସହିତ ଜୀବନ୍ତ ହୋଇଥିଲା । ଭେନ୍ୟୁ (ବରମୁଣ୍ଡା ପଡିଆ) ଆକର୍ଷଣୀୟ ରଙ୍ଗ ଓ ସାଉଣ୍ଡରେ ସୁସଜ୍ଜିତ ହୋଇଥିଲା । ହେଡ୍ଲାଇନ ଆକ୍ଟ ବ୍ୟତୀତ ଏକାଧିକ ଅନ୍ୟାନ୍ୟ ପ୍ରଦର୍ଶନ ଏହି ସନ୍ଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କରିଥିଲା ଯେଉଁଥିରେ ସ୍ଥାନୀୟ ବ୍ୟାଣ୍ଡ, ନୃତ୍ୟଶିଳ୍ପୀ, ରାପର ଓ ବିଟ୍ବକ୍ସରଙ୍କ ପ୍ରଦର୍ଶନ ସାମିଲ ଥିଲା । ରାତି ବଢିବା ସହିତ ଅଲୀ ମର୍ଚ୍ଚାଂଟ ମଂଚକୁ ଆସିଥିଲେ ଓ ନିଜର ଚମତ୍କାର ମ୍ୟାଶପ୍ ସହିତ ମହୋତ୍ସବର ଆରମ୍ଭ କରିଥିଲେ । ପରେ ହିପ୍-ହପ୍ କଳାକାର ଇକ୍କା ଦର୍ଶକଙ୍କୁ ନିଜର ପଲ୍ସେଟିଂ ରିଦିମ୍ ସହ ରୋମାଂଚିତ କରିଥିଲେ । ଏହାପରେ ଗାୟିକା ନୀତି ମୋହନ ଦର୍ଶକଙ୍କୁ ନିଜର ସୁନ୍ଦର ସଙ୍ଗୀତ ମାଧ୍ୟମରେ ଆକର୍ଷିତ କରିଥିଲେ । ଏହି ସଙ୍ଗୀତ ମହୋତ୍ସବ ରାପର୍ ବାଦ୍ଶାହଙ୍କ ମନ୍ତ୍ରମୁଗ୍ଧକର ପ୍ରଦର୍ଶନ ସହିତ ଶେଷ ହୋଇଥିଲା ଯାହା ଦର୍ଶକମାନଙ୍କୁ ଏକ ଅବିସ୍ମରଣୀୟ ମୁହୂର୍ତ ଦେଇଯାଇଥିଲା ।
