Home ଓଡ଼ିଶା ଉମାକାନ୍ତ ଜେନାଙ୍କ ସପକ୍ଷରେ ଭଣ୍ଡାରୀ ପୋଖରୀ ରେ ଜନମତ ଜୋରଦାର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ସୁପ୍ରସିଦ୍ଧ ସୂଚନା ବୈଜ୍ଞାନିକ ଏବଂ ପ୍ରତିଷ୍ଠିତ ଆଇନଜିବୀ ଉମାକାନ୍ତ ଜେନାଙ୍କର ପାର୍ଥିତ୍ୱ ସପକ୍ଷରେ ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀରେ କ୍ରମଶଃ ଜନମତ ଜୋରଦାର ହେବାର ଲାଗିଥିବା ଲକ୍ଷ କରାଯାଉଛି।ସୋଲମପୁର ଗ୍ରାମର ନିବାସୀ ଶ୍ରୀ ଜେନା ଭଣ୍ଡାରୀ ପୋଖରୀ ରୁ ରାଜ୍ୟ ବିଧାନସଭା ପାଇଁ ଆସନ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାଯାଇଛି। ନୂତନ ଚେହେରା ଏବଂ ସତେଜ ବ୍ୟକ୍ତିତ୍ୱ ର ଅଧିକାରୀ ଶ୍ରୀ ଜେନା ଭୂମିପୁତ୍ର ହେବା ସାଙ୍ଗକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଗଗନ ଚୁମ୍ବୀ ପାରଦର୍ଶିତା ହାସଲ କରିଥିବା ବିଷୟ ତାଙ୍କ ସପକ୍ଷରେ ଯାଉଛି।ଜଣେ ନିମ୍ନ ମଧ୍ୟବିତ ଚାଷୀ ପରିବାରରେ ଜନ୍ମ ହୋଇ ପିଲାଙ୍କୁ ଟିଉସନ କରି ଉଚ୍ଚ ଶିକ୍ଷା ଲାଭ କରିଥିବାରୁ ଏହି ଇଲାକାର ଗରିବ ଗୁରୁବାଙ୍କର ଅସଲ ସମସ୍ୟା ନେଇ ତାଙ୍କର ଅଙ୍ଗାଙ୍ଗୀ ଭାବେ ଅନୁଭବ ରହିଥିବା ଜଣାଯାଇଛି। ଶ୍ରୀ ଜେନାଙ୍କର ପିତା ସ୍ବର୍ଗତଃ ହରେକୃଷ୍ଣ ଜେନା ଜଣେ ଜଣାଶୁଣା ହୋମିଓପ୍ୟାଥିକ ଚିକିତ୍ସକ ଭାବରେ ଆଖ ପାଖ ର ପ୍ରାୟ ୨୦ ଟି ଗ୍ରାମର ଲୋକମାନଙ୍କର ସେବା ଶୁଶ୍ରୁଷା କରି ବେଶ ସୁନାମ ଅର୍ଜନ କରିଥିଲେ।ପିତାଙ୍କର ଲୋକ ସମ୍ପର୍କ ଏବଂ ଜନସୁନାମ ପୁତ୍ର ଉମାକାନ୍ତ ଙ୍କର ଲୋକପ୍ରିୟତାକୁ ଦୃଢ଼ୀଭୂତ କରିବାରେ ଲାଗିଥିବା ଅନୁଭଵ କରାଯାଉଛି। ଅଭାବ, ଅନାଟନ ମଧ୍ୟରେ ବଢିଥିଲେ ସୁଦ୍ଧା ଉମାକାନ୍ତ ଜଣେ ମୂଳରୁ ମେଧାବୀ ଛାତ୍ର ଥିଲେ। ମଣିନାଥପୁର ଉଚ୍ଚ ବିଦ୍ୟାଳୟ ରୁ ମାଟ୍ରିକ, ନରସିଂହ ଚୌଧୁରୀ ମହାବିଦ୍ୟାଳୟ ରୁ ସ୍ନାତକ ଓ ବାଣୀ ବିହାରରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା, ଶ୍ରୀ ଜେନା ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀରେ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ବିଶେଷକରି ଏଠାରେ ଆଦର୍ଶ, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ମାନ ସ୍ଥାପନ କରି କୁଶଳୀ ତଥା ପେଷାଦାରୀ ଶିକ୍ଷା ବ୍ୟବସ୍ଥା ର ପ୍ରଚଳନ କରାଯିବା ଉପରେ ସେ ଜୋର ଦେଉଛନ୍ତି।ସୋଲମପୁର ର ବୌଦ୍ଧବିହାର, ମଞ୍ଜୁରୀ ସ୍ଥିତ ବଳଦେବଜୀଉ ପୀଠ, ଐତିହାସିକ କ୍ରାନ୍ତି ମଇଦାନ ଏବଂ ହରେକୃଷ୍ଣ ମହତାବ ସ୍ମାରକୀ ଆଦିର ବିକାଶ କରାଯାଇ ଏଗୁଡ଼ିକୁ ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ପ୍ରଦାନ କରାଯିବା ପାଇଁ ଶ୍ରୀ ଜେନା ପ୍ରୟାସ କରିବେ ବୋଲି ସୁଚାଇଛନ୍ତି। ଭଣ୍ଡାରୀ ପୋଖରୀ ଏକ ଚୀର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ,ଏଠାରେ ବନ୍ୟା ବିଭୀଷିକାରୁ ଲୋକଙ୍କୁ ସ୍ଥାୟୀ ଭାବେ ସୁରକ୍ଷା ପ୍ରଦାନ କରିବା ପାଇଁ ଶ୍ରୀ ଜେନା ପ୍ରାଧାନ୍ୟ ର ସହିତ ପଦକ୍ଷେପ ନେବେ ବୋଲି ଦର୍ଶାଇଛନ୍ତି। ସେହିପରି ଜଳସେଚନ ସୁବିଧା ପାଇଁ କେନାଲ ନିର୍ମାଣ କରାଯିବା, ସବୁ ଗ୍ରାମ ଓ ସାହିକୁ ସବୁଦିନିଆ ଉଚ୍ଚକୋଟୀର କଂକ୍ରିଟ ରାସ୍ତା ସୁବିଧା ଯୋଗାଇ ଦେବା, କ୍ଷୁଦ୍ର ଓ ମଧ୍ୟମଧରଣର ଶିଳ୍ପନିର୍ମାଣ କରି ବେକାର ଯୁବକ ଯୁବତୀ ମାନଙ୍କର ନିଯୁକ୍ତି ପଥକୁ ସୁଗମ କରାଯିବା, ଗାଈ, ଛେଳି, କୁକୁଡ଼ା, ମାଛ, ଫୁଲ ଚାଷ ଓ ଉଦ୍ୟାନର ଉପାଦେୟତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବା, ପଂଚାୟତ,ଜିଲ୍ଲା, ବ୍ଲକ ଏବଂ ରାଜଧାନୀ ସ୍ଥିତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଏହି ଅଞ୍ଚଳବାସୀଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବା ,ପ୍ରତି ପଂଚାୟତ ରେ ଉନ୍ନତ ମାନର ସ୍ଵାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯିବା, ପ୍ରତ୍ୟେକ ଘରକୁ ବିଜୁଳି ଓ ପାନୀୟଜଳ ଯୋଗାଇ ଦିଆଯିବା, ଏହି ନିର୍ବାଚନ ମଣ୍ଡଳୀ ର ଶତକଡା ୯୦ଭାଗ ଲୋକ ଚାଷୀ ହୋଇଥିବାରୁ ସେମାନଙ୍କ ପାଇଁ ଅତ୍ୟାଧୁନିକ ଚାଷ ସରଞ୍ଜାମ ଉପଲବ୍ଧ କରାଇ ସେମାନଙ୍କ ର ଆୟ ବୃଦ୍ଧି କରାଯିବା ଏବଂ ଏଠାରେ ଏକ ଶୀତଳଭଣ୍ଡାର ସ୍ଥାପନ କରାଯିବା ଆଦି ପ୍ରସଙ୍ଗ ଦିଗରେ ଜଣେ ଲୋକ ପ୍ରତିନିଧି ଭାବରେ ସେ ଅଗ୍ରାଧିକାର ଭିତ୍ତିରେ ଧ୍ୟାନ ଦେବେ ବୋଲି ଉମାକାନ୍ତ ଗଣମାଧ୍ୟମ କୁ ଜଣାଇଛନ୍ତି। ନିର୍ବାଚନ ସମୀକ୍ଷକମାନଙ୍କର ସଦ୍ୟତମ ଗଣନା ଅନୁଯାୟୀ ପରିବର୍ତ୍ତିତ ପରିସ୍ଥିତିରେ ଅନୁକୂଳ ରାଜନୈତିକ ବାତାବରଣକୁ ଆଧାର କରି ଉମାକାନ୍ତ ଜେନାଙ୍କର ଆଗାମୀ ନିର୍ବାଚନ ରେ ବିଜୟ ଲାଭ କରିବା ଏବଂ ରାଜ୍ୟ ବିଧାନସଭାରେ ପ୍ରବେଶ କରିବା ର ସମ୍ଭାବନା ଦିନକୁ ଦିନ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତ୍ତର ହେବାରେ ଲାଗିଛି। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି Related Content କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026