ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ

ଛାତ୍ର ଛାତ୍ରୀ ମାନଙ୍କ ନୃତ୍ୟ ଅଭିଭାବକ ମାନଙ୍କୁ ବାନ୍ଧି ରଖିଲା ଶେଷ ପର୍ଯ୍ୟନ୍ତ

୨୯୨୩/୨୪ ଶିକ୍ଷା ବର୍ଷରେ ୫ ଜଣ ଛାତ୍ର ଛାତ୍ରୀ ଷଷ୍ଠ ଶ୍ରେଣୀ ଆଦର୍ଶ ବିଦ୍ୟାଳୟ ପାଇଁ ଉତିନ୍ନ

୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଖୋର୍ଦ୍ଦା ଜିଲ୍ଲା :-> ବୋଲଗଡ ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସଚ ମହା ଆଡ଼ମ୍ବରରେ ସନ୍ଧ୍ୟା ୬ ଟା ରୁ ଆରମ୍ଭ ହୋଇ ରାତି ୧୦ ଟା ରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲି ଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୋଲଗଡ ବ୍ଳକ୍ ସହକାରୀ ଯନ୍ତ୍ରୀ ଅମୂଲ୍ୟ କୁମାର ବାହିନୀପତି, ମୁଖ୍ୟ ବକ୍ତା ବୋଲଗଡ ବ୍ଳକ୍ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ମାନେ ଅନିତା ସେନାପତି ( ବୋଲଗଡ ବ୍ଳକ୍ ସହକାରୀ ଯନ୍ତ୍ରୀ),

ପ୍ରଦୀପ କୁମାର ବାରିକ ( ସରପଞ୍ଚ), ରମେଶ ଚନ୍ଦ୍ର ସାମନ୍ତରାୟ (ପ୍ରଧାନ ଶିକ୍ଷକ ବଡ ପଥୁରିଆ ପ୍ରାଇମେରୀ ସ୍କୁଲ୍), ରାଜ କିଶୋର ବ୍ରହ୍ମା ( ସଭାପତି ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଦେଉଳି) ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଧୂପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଅତିଥି ମାନେ ନିଜ ନିଜର ଅଭି ଭାଷଣରେ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତି କାମନା କରି ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ,

ଅଭିଭାବକ,ସ୍ଥାନୀୟ ବାସିନ୍ଦା ଆଦି ପ୍ରାୟ ଦୁଇ ହଜାର ଭଳି ଜନ ସମାଗମ ଦେଖିବାକୁ ମିଳିଥିଲା। ଉପସ୍ଥିତ ଅତିଥମାନେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ର ଛାତ୍ରୀ ଓ ଅଭିଭାବକ ମା ମାନଙ୍କୁ ପୁରସ୍କାର ପ୍ରଦାନ କରିଥଲେ। ବିଦ୍ୟାଳୟର ସସ୍ମିତା ଗରୁମା ବାର୍ଷିକ ବିବରଣୀ ପଠନ କରିଥିଲେ। ସଂଯୋଯିକା ସ୍ୱେତାଲିନି ପ୍ରିୟ ଦର୍ଶନି ସାହୁ ଅତିଥି ପରିଚୟ କରାଇବା ସାହ ମଞ୍ଚ ପରିଚାଳନା ଉତ୍ତମ ରୁପେ କରିଥଲେ।

ବିଦ୍ୟାଳୟର ପ୍ରତିଷ୍ଠାତା ବିନୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥଲେ। ପରିଶେଷରେ ବିଦ୍ୟାଳୟର କୁନି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାରର ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ଅମୋଦିତ କରିଥିଲେ। ସବୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ତରଫରୁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା ।

Exit mobile version