ନବନିର୍ମାଣ କୃଷକ ସଂଗଠନର ବିଶାଳ ସମାବେଶ ଅନୁଷ୍ଠିତ

୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଆର,ଉଦୟଗିରି :->  ଆର,ଉଦୟଗିରି ଶିବ ମନ୍ଦିର ନିକଟତମ ପଡିଆରେ ଶନିବାର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଧାନ କ୍ବିଣ୍ଟାଲ ପିଛା ୩. ୪୦୦ ଟଙ୍କା, ବାଦ୍ଧକ୍ୟ , ବିକଳାଙ୍ଗ ଓ ବିଧବା ଭତ୍ତା ୩ ହଜାରକୁ ବୃଦ୍ଧି,

ପ୍ରତି ପଞ୍ଚାୟତରେ ମକା, ମାଣ୍ଡିଆ ଓ କପାର ସ୍ଥାୟୀ ମଣ୍ଡି ନିର୍ମାଣ, ଚାଷୀଙ୍କ ପ୍ରତ୍ୟେକ ପରିବାରକୁ ମାସିକ ସୁରକ୍ଷା ଭତ୍ତା ୫ହଜାର, କାଜୁ, ସପୁରୀ,ଆମ୍ବ ଓ ପଣସର ପ୍ରକ୍ରିୟା କାରଣ ଶିଳ୍ପ ନିର୍ମାଣ, ମଦମୃକ୍ତ ଓଡିଶା ଗଠନ ଓ ଶିକ୍ଷା ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ଦାବି କରି ଅଞ୍ଚଳର ଶହ ଶହ ମହିଳା ପୁରୁଷ ଚାଷୀମାନେ ବିଶାଳ ରାଲିକରି ଗ୍ରାମ ପରିକ୍ରମା କରିଥିଲେ ।

Exit mobile version