Home ଅପରାଧ ନିର୍ମାଣଧିନ କୋଠାରେ ଯୁବକଙ୍କୁ ନିର୍ମମ ହତ୍ୟା – କାରଣ ଅସ୍ପଷ୍ଟ ସାଇଣ୍ଟଫିକ୍ ଟିମ୍ ଓ ପୁଲିସର ତନାଘନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁୂ :-> ଶନିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଡି. ପାଟପୁର ଗ୍ରାମର ଏକ ନିର୍ମାଣଧିନ କୋଠାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ହନ୍ତୋଷ ଗ୍ରାମର ସଞ୍ଜୟ ନାୟକ(୩୦) । ସଞ୍ଜୟ ଘର ଭିତରେ ଖଟ ଉପରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଅପରାଧୀ ମାନଙ୍କ ସହ ମୃତ ସଞ୍ଜୟର ଧସ୍ତାଧସ୍ତି ହୋଇଥିବା ପାରିପାଶ୍ୱିକ ସ୍ଥିତିରୁ ପୁଲିସ ସନ୍ଦେହ କରୁଛି । ଘଟଣା ସ୍ଥଳରେ ଚଳନ୍ତା ପଙ୍ଖା, ମୋବାଇଲ ପଡିଥିବା ଦେଖିବାକୁ ମିଳିଥିବା ବେଳେ ଖଟ ଉପରେ ପ୍ରଚୁର ରକ୍ତସ୍ରାବ ହୋଇଥିବା ଜଣାପଡିଛି । ଅପରାଧୀ ଗୋଷ୍ଠୀ ପେଟକୁ ଛୁରାମାଡ କରିଥିବା ବେଳେ ମୃତ ସଞ୍ଜୟଙ୍କ ଡାହାଣ ହାତ ପାପୁଲି ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଅପରାଧୀଙ୍କ ମାରଣାସ୍ତ୍ରରେ ସଞ୍ଜୟଙ୍କ ଅନ୍ତବୁଜୁଳା ପଦାକୁ ବାହାରି ଆସିଥିବା ବେଳେ ତାଙ୍କୁ ଘରଭିତରୁ ପଦାକୁ ଟାଣିଆଣି ଘର ବାରଣ୍ଡାରେ ଫୋପାଡି ଘଟଣା ସ୍ଥଳରୁ ଅପରାଧୀ ଗୋଷ୍ଠୀ ଫେରାର ହୋଇଯାଇଥିବା ଜଣାପଡିଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ଘଟଣାସ୍ଥଳ ଠାରୁ ପ୍ରାୟ ୫୦ ମିଟର ଦୂରତାରେ ଏକ କ୍ରସର ଫେକ୍ଟ୍ରି ଓ ସଂପୃକ୍ତ ଗ୍ରାମର ବଜାର ଗହଳ ଚହଳ ଥିବା ବେଳେ ନିର୍ମାଣଧିନ କୋଠାଘରେ ସଞ୍ଜୟଙ୍କୁ ପ୍ରାଣନ୍ତକ ଆକ୍ରମଣ କରି ନିର୍ମମ ହତ୍ୟା କରାଯାଇଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ହନ୍ତୋଷ ଗ୍ରାମର ସଞ୍ଜୟ ସବୁଦିନ ଭଳି ଘରେ ଭୋଜନ କରି ଡି. ପାଟପୁର ଠାରେ ନିର୍ମାଣଧିନ କୋଠାରେ ରାତ୍ରି ବିଶ୍ରାମ କରୁଥିଲେ । ଶୁକ୍ରବାର ରାତି ପ୍ରାୟ୧୧ଟାରେ ଘରୁ ଖାଇପିଇ ଡି. ପାଟପୁରରେ ନିର୍ମାଣଧିନ କୋଠାକୁ ଫେରିଥିଲେ । ଶନିବାର ସକାଳେ ଘରକୁ ନଫେରିବାରୁ ମୃତକଙ୍କ ଭଉଣୀ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ଅପରାହ୍ନ ପ୍ରାୟ ସାଢେ ୩ଟାରେ ନିର୍ମାଣଧିନ କୋଠାକୁ ଆସି ଘର ବାରଣ୍ଡାରେ ସଞ୍ଜୟଙ୍କ ମୃତଦେହକୁ ଦେଖିଥିଲେ । ଘଟଣା ନେଇ ସଞ୍ଜୟଙ୍କ ଭଉଣୀ ପରିବାର ଓ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ ଓ ତାଙ୍କ ଟିମ ଘଟଣା ଗସ୍ଥଳରେ ପହଞ୍ଚି ଘଟଣଶର ସରଜମିଦ ତଦନ୍ତ ଆରମ୍ଭ କରିଥିଲେ । ପରେ ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ହିଞ୍ଜିଳି ଆଇଆଇସି ଶ୍ରୀନିବାସ ସେଠି, ସାଇଣ୍ଟଫିକ୍ ଟିମ୍ ଓ ପୁଲିସ ଫୋର୍ସ ପହଞ୍ଚି ଘଟଣାର ଛାନଭିନ କରିଥିଲେ । ମୃତକଙ୍କ ଭଉଣୀ ବବିତା ନାୟକଙ୍କ ଅଭିଯୋଗ କ୍ରମେ ବେଲଗାଁ ଥାନାରେ ୨୮/୨୪ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଗୃହ ନିର୍ମାଣ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ପ୍ରେମଜନିତ ସର୍ମ୍ପକକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାକଣ୍ଡର କାରଣ ଅସ୍ୱଷ୍ଟ ରହିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟାକଣ୍ଡର ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ କହିଛି । Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026