Home ଓଡ଼ିଶା ୨୦୨୪ ଏପ୍ରିଲ ନିମନ୍ତେ ଶିକ୍ଷା ବୃତି ଘୋଷଣା କରିଛି ଆକାଶ ସମ୍ବଲପୁର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ସମ୍ବଲପୁର :-> ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ, ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ)ର ସମ୍ବଲପୁର ଶାଖା ପକ୍ଷରୁ ୨୦୨୪ ଏପ୍ରିଲରେ ତାହାର ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ବୃତି ଘୋଷଣା କରାଯାଇଛି । ପ୍ରଥମ ବୃତି ହେଉଛି ଇନଷ୍ଟାଂଟ ଆଡମିସନ କମ ସ୍କଲାରସିପ ଟେଷ୍ଟ (ଆଇଏସିଏସଟି), ଯାହା ମେଡିକାଲ, ଇଞ୍ଜିନିୟରିଂ ଏବଂ ଫାଉଣ୍ଡେସନ ପାଠ୍ୟକ୍ରମ ଗୁଡିକରେ ନାମଲେଖା ନିମନ୍ତେ ୯୦% ପର୍ଯ୍ୟନ୍ତ ବୃତି ପ୍ରଦାନ କରୁଛି । ଏଥିସହିତ ଆକାଶ ସହିଦ, ପ୍ରତିରକ୍ଷା କର୍ମଚାରୀ ଏବଂ ଆତଙ୍କବାଦରେ ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ପିଲାମାନଙ୍କୁ ସ୍ୱତନ୍ତ୍ର ରିଆତି ପ୍ରଦାନ କରିବ । ଶ୍ରୀ ଅନୁପ ଅଗ୍ରୱାଲ, ଚିଫ ବିଜିନେସ ଅଫିସର, ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ କହିଛନ୍ତି, “ସମଗ୍ର ଭାରତରେ ଛାତ୍ରଛାତ୍ରୀଙ୍କ ପାଇଁ ସୁଲଭ ଏବଂ ପ୍ରଭାବୀ ଶିକ୍ଷାଗତ ସୁଯୋଗ ଯୋଗାଇଦେବାକୁ ଆମେ ଏକନିଷ୍ଠ ରହିଛୁ । ଆଇଏସିଏସଟି ଭଳି ପ୍ରୟାସ ଏବଂ ଆମର ବୃତି କାର୍ଯ୍ୟକ୍ରମଗୁଡିକ ଜରିଆରେ ଆମେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଶିକ୍ଷାଗତ ଏବଂ କ୍ୟାରିୟର ଆଶା ପୂରଣ କରିବା ଦିଗରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ଆମର ସାହସୀ ସଶସ୍ତ୍ର ବାହିନୀ ଜବାନଙ୍କ ପିଲାମାନଙ୍କ ଶିକ୍ଷା ପ୍ରତି ସମର୍ଥନ ଯୋଗାଇଦେବା ପରମ୍ପରା ଜାରି ରଖିବା ନେଇ ଆମେ ଗର୍ବିତ ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଓ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ସକାଶେ ପ୍ରତିବଦ୍ଧ ରହିଛୁ ।” ଏହି ଅବସରରେ ଶାଖା ମୁଖ୍ୟ ନଳିନୀ କାନ୍ତ ମହାପାତ୍ର, ଆଂଚଳିକ ସେଲସ ଓ ବିକାଶ ମୁଖ୍ୟ ବିକାଶ ଦାସ, ଇଞ୍ଜିନିୟରିଂ ଏକାଡେମୀ ମୁଖ୍ୟ ସୁମିତ କୁମାର ଏବଂ ଫାଉଣ୍ଡେସନ ଏକାଡେମୀ ମୁଖ୍ୟ ସନ୍ତୋଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ ଇନଷ୍ଟାଂଟ ଆଡମିସନ କମ ସ୍କଲାରସିପ ଟେଷ୍ଟ (ଆଇଏସିଏସଟି) ଛାତ୍ରଛାତ୍ରୀଙ୍କୁ ତତ୍କ୍ଷଣାତ ନାମଲେଖା ନିମନ୍ତେ ତୁରନ୍ତତ୍ତବୃତି ଓ ସୁଯୋଗ ଯୋଗାଇ ଦେଉଛି । ଛାତ୍ରଛାତ୍ରୀ ଏହି ପରୀକ୍ଷା ଅନଲାଇନରେ ଦେଇପାରିବେ ଏବଂ ସେମାନଙ୍କ ଉପାର୍ଜିତ ବୃତି ସମ୍ପର୍କରେ ତତ୍କ୍ଷଣାତ ବିସ୍ତୃତ ତଥ୍ୟ ପାଇପାରିବେ, ଯାହା ସେମାନଙ୍କୁ ଆକାଶ ଅଧ୍ୟାପନାମଣ୍ଡଳୀଙ୍କ ଅଭିଜ୍ଞ ମାର୍ଗଦର୍ଶନ ଅଧୀନରେ ତୁରନ୍ତ ନାମଲେଖା ନିମନ୍ତେ ସମର୍ଥ କରାଇବ । ଅନଲାଇନ ଆଇଏସିଏସଟି ଅବଧି ୬୦ ମିନିଟ ରହିବ ଏବଂ ତାହାକୁ ଧାର୍ଯ୍ୟ ପରୀକ୍ଷା ଦିବସଗୁଡିକର ପୂର୍ବାହ୍ନ ୧୦ଟାରୁ ରାତି ୮ଟା ମଧ୍ୟରେ ଦିଆଯାଇପାରିବ । ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସେବା ଯୋଗାଉଥିବା ଆଇଏସିଏସଟି ମେଡିସିନ ଓ ଇଞ୍ଜିନିୟରିଂରେ କ୍ୟାରିୟର କରିବା ସକାଶେ ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଏକ ମଂଚ ଭାବରେ କାର୍ଯ୍ୟ କରୁଛି । ଆଇଏସିଏସଟି ଜରିଆରେ ଯୋଗାଇ ଦିଆଯାଉଥିବା ବୃତି ମେଡିକାଲ, ଇଞ୍ଜିନିୟରିଂ ଏବଂ ଫାଉଣ୍ଡେସନ କ୍ଲାସରୁମ ପାଠ୍ୟକ୍ରମ ନିମନ୍ତେ ପ୍ରଯୁଜ୍ୟ । ଆଇଏସିଏସଟି ଆକାଶ କମ୍ପ୍ୟୁଟର-ଭିତିକ ପରୀକ୍ଷା (ସିବିଟି) ପ୍ଲାଟଫର୍ମ ଜରିଆରେ ପରିଚାଳନା କରାଯାଉଛି ଏବଂ ତାହାସହିତ ଏହା ଆକାଶ ୱେବସାଇଟ ଓ ଉଭୟ ଆଣ୍ଡ୍ରଏଡ ଓ ଆପଲ ପ୍ଲାଟଫର୍ମ ନିମନ୍ତେ ଉତ୍ସର୍ଗୀକୃତ ମୋବାଇଲ ଆପ୍ଲିକେସନ ଜରିଆରେ ପରିଚାଳିତ ହେଉଛି । ଏହାର ବୃତି ପ୍ରୟାସସମୂହ ସହିତ ଏଇଏସଏଲ ପ୍ରତିରକ୍ଷା କର୍ମଚାରୀଙ୍କ ପିଲାମାନଙ୍କ ଶିକ୍ଷାଗତ ଦିଗକୁ ସମର୍ଥନ କରି ନିଜର ସାମାଜିକ ଦାୟିତ୍ୱ ନିର୍ବାହ ନିମନ୍ତେ ପ୍ରତିବଦ୍ଧ ରହିଛି । ସହିଦଙ୍କ ପିଲାମାନଙ୍କ ନିମନ୍ତେ ଆକାଶ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟୁସନ ଫି ଛାଡ କରିବ । ଅନୁରୂପ ଭାବରେ ପ୍ରତିରକ୍ଷା କର୍ମଚାରୀ ଏବଂ ଆତଙ୍କବାଦ ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ସନ୍ତାନ ସନ୍ତତିଙ୍କ ପାଇଁ ଆଇଏସିଏସଟି ସ୍କୋର ସହିତ ଅତିରିକ୍ତ ୧୦ ପ୍ରତିଶତ ରିଆତି ପ୍ରଦାନ କରାଯିବ । ଏହି ପ୍ରୟାସ ଦ୍ୱାରା ୨୦୧୪ରୁ ଆଜିସୁଦ୍ଧା ୭୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ଜେଇଇ ମେନସ ୨୦୨୪ରେ ଏହାର ସଫଳତାକୁ ମଧ୍ୟ ଆକାଶ ପାଳନ କରୁଛି, ଯେଉଁଥିରେ ୪୧,୨୬୩ ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି । ଏଥିରେ ଉଲ୍ଲେଖନୀୟ ସଫଳତା ମଧ୍ୟରେ ୪,୧୯୮ ଛାତ୍ରଛାତ୍ରୀ ୯୫ ପର୍ସେଂଟାଇଲ ଏବଂ ତଦୁର୍ଦ୍ଧ୍ୱ ସ୍କୋର କରିଥିବାବେଳେ ୯୩୯ ଛାତ୍ରଛାତ୍ରୀ ୯୯ ଏବଂ ତଦୁର୍ଦ୍ଧ୍ୱ ପର୍ସେଂଟାଇଲ ସ୍କୋର କରିଛନ୍ତି । ହାଇଦ୍ରାବାଦର ରିଷି ଶେଖର ଶୁକ୍ଳା ୧୦୦ ପର୍ସେଂଟାଇଲ ହାସଲ କରିଥିବାବେଳେ କର୍ନାଲର ଅଭିରାଜ ସିଂ, ତିରୁନେଲଭେଲିର ଶ୍ରୀ ରାମ ଏ ଏବଂ ହାଇଦ୍ରାବାଦର ବିଶ୍ୱନାଥ କେ ଏସ ଉଲ୍ଲେଖନୀୟ ୯୯.୯୯ ପର୍ସେଂଟାଇଲ ହାସଲ କରିଛନ୍ତି ,କ୍ଲାସରୁମ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଆକାଶର ଡିଜିଟାଲ ପ୍ରୋଗ୍ରାମର ଛାତ୍ରଛାତ୍ରୀ ଜେଇଇ ମେନସ ୨୦୨୪ (ସେସନ-୦୧)ରେ ଉଲ୍ଲେଖନୀୟ ସ୍କୋର କରିଛନ୍ତି ଏବଂ ରିତମ ବାନାର୍ଜୀଙ୍କ ସମେତ ଟପ୍ପରମାନେ ୯୯.୯୬ ପର୍ସେଂଟାଇଲ ସ୍କୋର କରିଛନ୍ତି ଏବଂ ଗଣିତରେ ୧୦୦ ରଖିଛନ୍ତି । ସେମାନଙ୍କ ମଧ୍ୟରେ ଆରହା ସାହୁ ୯୯.୯୧ ପର୍ସେଂଟାଇଲ ସହିତ କେମିଷ୍ଟ୍ରିରେ ୧୦୦, ଦ୍ରିଷ୍ଟିଶମାନ ଦତ ୯୯.୮୭ Categories: ଓଡ଼ିଶା, ସମ୍ବଲପୁର, ହୋମ୍ Related Content ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ "ଜନନୀ ଡାଏଲଗ୍ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ "ଓଏସିସ ଏକାଡେମୀ’ ଘୋଷଣା by Proprietor Abhimanyu Maharana July 26, 2026 ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ by Proprietor Abhimanyu Maharana July 25, 2026 Navi Mumbai’s Kharghar Temple Hosts Bahuda Yatra by Proprietor Abhimanyu Maharana July 25, 2026 Raipur’s Jagannath Temple Hosts Bahuda Yatra by Proprietor Abhimanyu Maharana July 25, 2026 ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ by Proprietor Abhimanyu Maharana July 25, 2026 New Delhi’s Hauz Khas Jagannath Temple hosts Bahuda Yatra by Proprietor Abhimanyu Maharana July 25, 2026