ବାଣପୁର ବାର ଆସୋସିଏସନ୍ ର କର୍ମକର୍ତ୍ତା ନିର୍ବାଚନ

୩୦ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଚିଲିକା :- ଓଡ଼ିଶା ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ରାଜ୍ୟର ସମସ୍ତ ଅନୁବନ୍ଧିତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେଇଥିବା ବେଳେ ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଘଟିକା ଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକାରେ ସମାପ୍ତ ହୋଇଥିଲା। ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଓକିଲ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ମତ ଦେବାକୁ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା।ଚଳିତ ନିର୍ବାଚନରେ ସଙ୍ଘର ସମୁଦାୟ ୧୨୬ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ସଭାପତି ଭାବରେ ବରିଷ୍ଠ ଆଇନଜୀବି ବୃନ୍ଦାବନ ପ୍ରଧାନ ୬୪ ଖଣ୍ଡ ଭୋଟ, ଉପ ସଭାପତି ଭାବରେ ରାମଚନ୍ଦ୍ର ପଲାଇ ୭୯ ଖଣ୍ଡ ଭୋଟ,ସାଧାରଣ ସମ୍ପାଦକ ଭାବରେ ରଞ୍ଜନ କୁମାର ବେଦମତ୍ତା ୭୩ ଖଣ୍ଡ ଭୋଟ,କାର୍ଯ୍ୟକାରୀ ସଭ୍ୟ ଭାବରେ ସନ୍ତୋଷ ମହାପାତ୍ର ୭୮ ଖଣ୍ଡ ଭୋଟ, ସୁପ୍ରଭା ସାମନ୍ତରାୟ ୭୦ ଖଣ୍ଡ ଭୋଟ ଏବଂ ଦେବବ୍ରତ ବଡ଼ଜେନା ୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିଭଳି ଭାବେ ସଂଘର ସହ ସମ୍ପାଦକ ଭାବେ ନରେନ୍ଦ୍ର କୁମାର ନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଆଇନଜୀବୀ ଶରତ କୁମାର ଲେଙ୍କା ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ସୁନୀଲ ମହାପାତ୍ର ପରିଚାଳନା କରିଥିଲେ l

Exit mobile version