୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ବନ୍ଧା ହେଲେ ବୃଦ୍ଧା

୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଆର,ଉଦୟଗିରି   :->  କୁରକୁରେ ଲୋଭ ଦେଖାଇ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ଅଭିଯୋଗ ରେ ଜଣେ ବୃଦ୍ଧଙ୍କୁ ଗିରଫ କରିଛି ପୁଲିସ । ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଗିରଫ ଅଭିଯୁକ୍ତ ଜଣକ ମୋହନା ଥାନା ଭଳିଆସହି ଗାଁ’ର ବଳରାମ ନାୟକ । ଗତକାଲି ସନ୍ଧ୍ୟାରେ ବଳରାମ ଶିଶୁ କନ୍ୟାଟି ଏକୁଟିଆ ଥିବାର ସୁଯୋଗ ନେଇ ଦୋକାନରୁ କୁରକୁରେ କିଣି ଦେବା ପାଇଁ ପ୍ରଲୋଭନ ଦେଖାଇଥିଲେ।

ଶିଶୁକନ୍ୟାଟି ଆସିବା ପରେ ତାକୁ ପାଖ ଜଙ୍ଗଲକୁ ନେଇଯାଇଥିଲା ଅଭିଯୁକ୍ତ । ସେଠାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା । ପରିବାର ଲୋକେ ଶିଶୁକନ୍ୟାକୁ ଘରେ ନ ପାଇ ଖୋଜାଖୋଜା କରିଥିଲେ, ହେଲେ ପାଇ ନଥିଲେ । ପରେ ଶିଶୁକନ୍ୟାଟି ଅଚେତ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରିଥିଲେ ପରିବାର ଲୋକେ । ଶିଶୁକନ୍ୟାର ମାଆ ଏ ନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ବଳରାମକୁ ଗିରଫ କରିଛି ।

Exit mobile version