କୃଷି ବିଭାଗର 5T ଏବଂ ମୋ ସରକାର ସମ୍ପର୍କିତ ଦିନିକିଆ କର୍ମଶାଳା

ଭୁୁବନେଶ୍ୱର(ଓଡିଶା ତାଜା ନିଉଜ୍) ଭୁୁବନେଶ୍ୱର,  5T କୁ ସର୍ବାନ୍ତକରଣ ରେ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ପାଇଁ ଏକ ବିଶ୍ୱସ୍ଥ ଉତ୍ତରଦାୟୀ “ମୋ ସରକାର” ସୃଷ୍ଟି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଅଭିନବ କର୍ମଶାଳା ଆୟୋଜିତ ହୋଇଯାଇଛି ।
ଆଜି ପୂର୍ବାହ୍ନ ରେ କୃଷି ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଏହି କର୍ମଶାଳାକୁ ଉଦଘାଟନ କରି କହିଥିଲେ ଯେ ” ଆମପାଇଁ ଦିନରାତି ଏକ କରି ଖରା-ବର୍ଷାରେ ଖଟୁଥିବା ଚାଷୀଙ୍କୁ ଆମେ ଉପଯୁକ୍ତ ସମ୍ମାନ ଦେବା ଓ ତାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ସବୁ ତାଙ୍କ ପାଖରେ କିପରି ତୁରନ୍ତ ପହଞ୍ଚିବ ତାହା ଆମେ ନିଶ୍ଚିତ କରିବା ।”
ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ କହିଥିଲେ , ଆମେ ଏଠାରେ ଯୋଜନା ପ୍ରଣୟନ କରୁଛୁ କିନ୍ତୁ ଏହା କିପରି ଚାଷୀ ପାଖରେ ପହଞ୍ଚିପାରିବ , ସେଥିପାଇଁ ଆମ ମାନସିକତା ରେ ପରିବର୍ତ୍ତନ ଆବଶ୍ୟକ ।
ଏହି କର୍ମଶାଳାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ଉଦ୍ୟାନ କୃଷି ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗର ସମସ୍ତ ରାଜ୍ୟସ୍ତରୀୟ ଅଧିକାରୀ , କର୍ମଚାରୀ ତଥା ସମସ୍ତ ନିଗମର ଅଧକ୍ଷ ଏବଂ କୃଷି ବିଭାଗ ର ଉପଦେଷ୍ଟା ପ୍ରମୁଖ ଯୋଗଦେଇଥିଲେ ।

Exit mobile version