ନିମ୍ନ ମାନ ରାସ୍ତା ନିର୍ମାଣ ଯୋଗୁ : ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ୮ ଘଣ୍ଟା ଅଟକ  

ଲିଖିତ ପ୍ରତିଶୃତି ପରେ ପୁଲିସ ଉଧାର କଲା 

୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ନିମ୍ନ ମାନ ରାସ୍ତା ନିର୍ମାଣ ଯୋଗୁ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଅଞ୍ଚଳ ବାସି। ଉଚ୍ଚସ୍ତ ଅଧିକାରୀ ଆସି ଏହାର ପୁନନିର୍ମାଣ ଓ ଉନ୍ନତ ମାନର କାର୍ଯ୍ୟ କରିବାକୁ ପ୍ରତିଶୃତି ଦେବାକୁ ଅଞ୍ଚଳ ବାସି ଜିଦି କରି ବସିଥିଲେ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ କେରେଡାଙ୍ଗ ଠାରୁ ଲୁହାସିଂ ଭାୟା ଅଲେଙ୍ଗୁର ଦେଇ କଣ୍ଟାବାଡ଼ ପର୍ଯ୍ୟନ୍ତ ୮କିମି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୩.୮୪ ଲକ୍ଷ୍ୟ ଟଙ୍କା ବିନିମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଲୋକଙ୍କ କହିବା ପ୍ରକାରେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବାରୁ ଅଞ୍ଚଳର ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କୁ ଅଭିଯୋଗ କରୁଥିଲେ।

ତଥାପି ଅଭିଯୋଗ କରୁଥିଲେ ମଧ୍ୟ ଠିକାଦାର ମନମୁତାବକ ରାସ୍ତା କାମ କରିଚାଳିଥିଲେ। କିନ୍ତୁ ଶନିବାର ଦିନ ଲୋକଙ୍କ ଅଭିଯୋଗକୁ ଭିତି କରି ନିର୍ମାଣାଧୀନ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଏସଡିଓ ରାମ ଚନ୍ଦ୍ର ବେହେରା ଏବଂ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ପୂର୍ତ୍ତି ସେଠାରେ ପହଞ୍ଚି ରାସ୍ତା କାମର ତର୍ଜମା କରୁଥିଲେ। ସେତିକି ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଇଛି ତେଣୁ ତୁରନ୍ତ ରାସ୍ତାର ପୁନନିର୍ମାଣ ଓ ଉନ୍ନତ ମାନର କରାଯିବାକୁ ନେଇ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖି ଥିଲେ।

ଏହି ଖବର ପାଇ ରା.ଉଦୟଗିରି ପୋଲିସ, ବିଭାଗୀୟ କର୍ମଚାରୀ ଏବଂ ଠିକାଦାର ସେଠାରେ ପହଞ୍ଚି ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କୁ ବହୁ ବୁଝାସୁଝା କରିଥିଲେ। ପରେ ଠିକାଦାର ଏବଂ ବିଭାଗୀୟ କର୍ମଚାରୀ ମାନେ ଏହି କାର୍ଯ୍ୟ ଉନ୍ନତ ମାନର କରାଯିବ ବୋଲି ଲିଖିତ ଆକାରରେ ଅଞ୍ଚଳ ଲୋକଙ୍କୁ ଦେଇଥିଲେ। ଶେଷରେ ଦୁହିଁଙ୍କୁ ଦିନ ତମାମ ଅଟକ ରଖି ରାତ୍ର ୮ଘଣ୍ଟା ସମୟରେ ଛାଡିଥିଲେ ଲୋକେ।

Exit mobile version