Home ଓଡ଼ିଶା ହାଟକେଶ୍ୱର ପୀଠରେ ନବାହ୍ନପାରାୟଣ ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ବେଗୁନିଆ :- ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ପଂଚାୟତ ଅନ୍ତର୍ଗତ ଅଟ୍ରିସ୍ଥିତ ହାଟ୍ଟକେଶ୍ୱର ଦେବ ତଥା ଏକାଦଶ ରୁଦ୍ରଙ୍କ ପୀଠରେ ନବାହ୍ନ ପାରାୟଣ ଓ ରାମଚରିତ ମାନସର ଶୁକ୍ରବାର ଦିନ ଅପରାହ୍ନରେ ଶୁଭାରମ୍ଭ ହୋଇଛି । ଏଥିରେ ପଣ୍ଡିତ ଦୀପକ କୁମାର ଦାଶ ଓ ଶ୍ରୀକାନ୍ତ ଦାଶ ପ୍ରମୁଖ ଯୋଗ ଦେଇ ଶୁଭ କଳସ ସ୍ଥାପନ ପରେ ବୈଦିକରୀତି ନୀତି ଅନୁଯାଇ ପାରାୟଣ ଶୁଭାରମ୍ଭ ହୋଇ ନବ ଦିନ ବ୍ୟାପୀ ପଠନ କାର୍ଯ୍ୟକ୍ରମ ଚାଲୁରହିବ।ଅକ୍ରୁର ରଣା,ଭବାନୀ ଶଙ୍କର ମହାପାତ୍ର,ନାରାୟଣ ବେହେରାଙ୍କ ସମେତ ହଟ୍ଟକେଶ୍ୱରଙ୍କ ଭକ୍ତବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ଗ୍ରାମ ସ୍ଥିତ ଗଉଡସାହିରେ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଛି। ଏଥିରେ ଆରିକମା ଗୋବିନ୍ଦପୁର, ପୋଡ଼ାପାଟଣା, କୁରାଢିଲୋ ଓ ପୁଇଁଚିଆ ଗ୍ରାମର ନାମ ସଙ୍କୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ କଳସ ଶୋଭାଯାତ୍ରା ବାହାରି ଗ୍ରାମ୍ୟ ପରିକ୍ରମା କରି ନାମଯଜ୍ଞ ସ୍ଥଳରେ ପହଁଚି ବୈଦିକ ରୀତିରେ ନୀତି ଅନୁଯାଇ ସ୍ଥାପନ ପରେ ଅଷ୍ଟପ୍ରହର ନାମଯଜ୍ଞ କରାଯାଇଥିଲା । ଶୁକ୍ରବାର ଦିନ ମଧ୍ୟାହ୍ନରେ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ଭକ୍ତିମୟ ପରିବେଶରେ ଉଦଯାପିତ ହୋଇଥିବା ବେଳେ ସ୍ଥାନୀୟ ସାହିର ସମସ୍ତ ଭକ୍ତ ବୃନ୍ଦ ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026