୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :- କଟକ ସଦର ଥାନା ଆମଣ ପଞ୍ଚାୟତର ବାଗଧରାପୁର ଗ୍ରାମର ରାଧାକୃଷ୍ଣଙ୍କ ମନ୍ଦିର ପରିସରରେ ୩୦ ତମ ବାର୍ଷିକ ଲଉଡ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ବାଗଧରାପୁର, ନେମାଳ,୨୨ ମୌଜା ଅଞ୍ଚଳ ବାସେନ୍ଦରା, ପଟିଆ ଆଦି ଅଞ୍ଚଳର ଲଉଡି କଳାକାର ମାନେ ଯୋଗ ଦେଇ ସୁନ୍ଦର ଭାବେ ଲଉଡି ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । 
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା , କଟକ ଜିଲ୍ଲା ୪ନମ୍ବର ଯୋନର ଜିଲ୍ଲାପରିଷଦ ସଭ୍ୟା ଆଶାଲତା ବେହେରା, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

