ଓମକାର୍ ଆଶ୍ରମରେ ପାଳିତ ହେଲା – ନିଆରା ହୋଲି

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଦଶପଲ୍ଲା :-> ପାଳିତ ହୋଇଛି ବସନ୍ତ ଉତ୍ସବ ର ଅନନ୍ୟ ପର୍ବ , ରଂଗର ପର୍ବ ହୋଲି । ସାରା ଭାରତବର୍ଷ ଘରେ ଘରେ ପୁରେ ପୁରେ ପାଳିତ ହେଉଛି ଏହି ପର୍ବ । ସାତରଂଗରେ ରଂଗାଇତ ହୋଇଛନ୍ତି ସାରା ଭାରତବର୍ଷ ର ଆବାଳ, ବୃଦ୍ଧ ,ବନିତା… । ଏହି ଭାଇଚାରାର ପର୍ବ , ହୋଲି ମହାବୀର କ୍ଷେତ୍ର ଦଶପଲ୍ଲା ରେ ମଧ୍ୟ ଜାକଜମକରେ ପାଳିତ ହୋଇଯାଇଛି । କିନ୍ତୁ ଦଶପଲ୍ଲା ନିକଟବର୍ତ୍ତୀ ଗୋବର୍ଦ୍ଧନ ପୁର ଗୋଶାଲା ଓମକାର୍ ଆଶ୍ରମରେ ପାଳିତ ହୋଇଛି ଭିନ୍ନପ୍ରକାରର ହୋଲି ।

ବୈଦିକ ଋଷି ପରଂପରା କୁ ଅନୁସରଣକରି ବାବା ଓମକାରେଶ୍ବର ମହାରାଜ କଂ ପ୍ରତ୍ୟକ୍ଷ ତତ୍ବାବଧାନରେ ,ହୁଂକାମାଟି, ଗୋମୁତ୍ର,ଗୋବର , କ୍ଷାରୀୟ ମାଟି, ନିମ୍ବକ୍ବାଥ,ଗେରୁ, ହଳଦୀ,ସମେତ ଅନେକ ବନୈ|ଷଧି ର ସମିଶ୍ରଣରେ ଏକ ପ୍ରାକୃତିକ ମିଶ୍ରଣ ପ୍ରସୁତ ପରେ ଦଶପଲ୍ଲା ର ଶତାଧିକ ଗ୍ଯାନୀ ଗୁଣି ବ୍ୟକ୍ତି ବିଶେଷ ଏଥିରେ ସ୍ନାନକରି ଦିବ୍ୟ ଅନୁଭବ ଲାଭ କରିବା ସହିତ ପ୍ରାକୃତିକ ଉପଚାରର ଉପକାରୀତାର ଲାଭ ଉଠାଇଥିଲେ ।

ଏହି ସ୍ନାନଦ୍ବାରା,ଶରୀର ରୁ ଚର୍ମରୋଗ ଭଳି ଅନେକ ଦୁରାରୋଗ୍ଯ ବ୍ଯାଧି ଦୂରହୋଇ ପାରିବ ବୋଲି ଊପସ୍ଥିତ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ । ଏହାପରେ କବିତା ପାଠୋତ୍ସବ ଓ ସାତ୍ବିକ ଭୋଜନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଦଶପଲ୍ଲା ପ୍ରେସ୍ କ୍ଲବ୍ ର ସଭାପତି ସୁରେଶ ଚନ୍ଦ୍ର ବେହେରା, ରୋଟାରୀଆନ୍ ସନ୍ତୋଷ କୁମାର ସାହୁ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତ୍ତା, ଭଗବାନ ଭାଇ , ପ୍ରତାପ ଭାଇ,ମାନସ୍ ଭାଇ , କାହ୍ନା ଭାଇ,କବି ସତ୍ଯସଂଧ କଂ ସମେତ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ ।

Exit mobile version