ଅରିଲୋର ଯୁବକମାନେ ହୋଲି ଖେଳିବା ସହିତ ଦହିହାଣ୍ଡି ଭାଙ୍ଗିଲେ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ଅରିଲୋ ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ ରଙ୍ଗର ପର୍ବ ହୋଲିକୁ ଧୁମଧାମରେ ପାଳନ କରିଥିଲେ । ଯୁବକ ମାନେ ବୟସ୍କ ବ୍ୟକ୍ତିଙ୍କ ପାଦରେ ଅଭିର ଦେଇ ଆଶୀର୍ବାଦ ନେଇଥିଲେ । ଜନାର୍ଦ୍ଦନ ଦେବ,

ଗୋପିନାଥ ଦେବ, ଯୁଗଳ କିଶୋର ଦେବଙ୍କ ଆଦି ତିନିଗୋଟି ଦୋଳ ବିମାନ ହୋଲିରରେ ଗ୍ରାମ ଦାଣ୍ଡରେ ଶୋଭାଯାତ୍ରାରେ ଯାଇ ଘରକୁ ଘର ବୁଲି ଭୋଗ ଖାଇ ଶେଷରେ ଚୌଧୁରୀ ଘରେ ପହଂଚି ଥିଲେ ।

ଏହି ଶୋଭାଯାତ୍ରାରେ ବିମାନ ଗୁଡ଼ିକ ଗଲାବେଳେ ଯୁବକମାନେ ସମସ୍ତଙ୍କୁ ଅଭିର ବୋଳି ଭାଇଚାରା ସୃଷ୍ଟିକରିଥିଲେ । ଏହି ନିଆରା ହୋଲି ଖେଳ ବେଶ ଧୁମଧାମରେ ପାଳନ କରାଯାଇଥିଲା । ଏହି ହୋଲି ପର୍ବରେ ସମସ୍ତେ ଏକତ୍ରୀତ ହୋଇ ମଜା ନେଇଥିଲେ ।

Exit mobile version