ଉଆସପଦର ଗ୍ରାମରେ କୁନି କୁନି ପିଲାଙ୍କ ଦ୍ଵାରା ଗୀତ ନାଚର ଆସର ବି ଜମିଥିଲା – ହୋଲି ପର୍ବ

୨୬ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ହାଣ୍ଡିଓଳ :-> ରଙ୍ଗର ଓ ଭାଇଚାରାର ପର୍ବ ହୋଲି । ଭାରତର ପ୍ରମୁଖ ପର୍ବ ମାନଙ୍କ ମଧ୍ୟରୁ ହୋଲି ହେଉଛି ସ୍ବତନ୍ତ୍ର । ବର୍ଷକୁ ଥରେ ଏହି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ରଙ୍ଗ ମୟ ହୋଇଯାଏ ସାରା ଭାରତ ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଆଜି ଭଳି ଦୀନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ହାଣ୍ଡିଓଳ (ଉଆସପଦର) ଗ୍ରାମରେ କୁନି କୁନି ପିଲାଙ୍କ ଦ୍ଵାରା ଗୀତ ନାଚର ଆସର ବି ଜମିଥିଲା ।

ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହେଇଥିଲେ । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହିଥିଲା । ଆଜି କାର୍ଯ୍ୟକର୍ମରେ ଗ୍ରାମରୁ ନିରଞ୍ଜନ ସ୍ୱାଇଁ,ଜଗବନ୍ଧୁ ନାୟକ, ପ୍ରଶାନ୍ତ ସ୍ବାଇଁ, ସୁକାନ୍ତ ନାୟକ, ଶକ୍ତି ରଞ୍ଜନ ନାୟକ, ନିଳାଦ୍ରୀ ଭୂଷଣ ଗଡ଼ନାୟକ, ଆଲୋକ ନାୟକ, ବିଶ୍ଵପ୍ରିୟ ପଳାଇ,ସୁବ୍ରତ ପରିଡ଼ା, ବିଶ୍ବରଂଜନ ନାୟକ, ନାଗରାଜ ସ୍ବାଇଁ ସମେତ ଗ୍ରାମର କୁନି କୁନି ପିଲା ଯୋଗଦାନ କରିଥିଲେ।

Exit mobile version