Home ଓଡ଼ିଶା ତୁଟିଲା ମେଣ୍ଟ ଚର୍ଚ୍ଚା : ବିଜେପି,ବିଜେଡ଼ି କର୍ମୀ ଉତ୍ସାହିତ – କୋରାଇରେ ହେବ ତ୍ରିମୁଖୀ ଲଢ଼େଇ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସବୁ ଦଳରୁ ଏକାଧିକ ବ୍ୟକ୍ତି ଆଶାୟୀ; କୋରାଇରେ ହେବ ତ୍ରିମୁଖୀ ଲଢ଼େଇ ୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) କୋରାଇ :-> ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ କୁ ନେଇ ଲାଗି ରହିଥିବା ଦ୍ଵନ୍ଦ୍ଵରେ ପୂର୍ଣ୍ଣଛେଦ ପଡିଛି । ମେଣ୍ଟ ଲାଗି ନେତା ଓ କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ଅସ୍ଥିର ଅବସ୍ଥା ଏବେ ଦୂର ହୋଇଛି । ମେଣ୍ଟ ରାଜନୀତିରୁ ଫାଇଦା ନେବା ନେଇ ଆଶା କରିଥିବା କଂଗ୍ରେସ ଶିବିରରେ ଏକ ପ୍ରକାର ଭଟା ପଢିଯାଇଛି । ଏକାଠି ନଲଢ଼ି ଏକାକୀ ଉଭୟେ ଲଢ଼ିବାକୁ ଉଭୟ ଦଳର ନେତୃବୃନ୍ଦ ସାମାଜିକ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି । ବିଜେପି ସମସ୍ତ୍ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୁଡାନ୍ତ କରିଥିଲା ବେଳେ ବିଜେଡି ମଧ୍ୟ ତଦନୁରୂପ ଭାବେ ପ୍ରାର୍ଥୀ ଚୟନ ନିମନ୍ତେ ନିର୍ବାଚନ ମଣ୍ଡଳୀସ୍ତରୀୟ ନେତା କର୍ମୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ସମୀକ୍ଷା ଜାରି ରଖିଛି । ବିଧାନସଭା ଓ ଲୋକସଭା ନିମନ୍ତେ ଏକାଧିକ ପ୍ରାର୍ଥୀ ଆବେଦନ କରିଥିଲା ବେଳେ ବିଜୟୀ ସମ୍ଭାବନାଥୁବା ବ୍ୟକ୍ତିଙ୍କୁ ପ୍ରାର୍ଥୀକରାଯିବା ନେଇ ବିଜେଡି ପକ୍ଷରୁ ନିଷ୍ପତି ହୋଇଥିବା କୁହାଯାଉଛି । ଏହି ଆଧାରରେ ଖୁବ ଶିଘ୍ର ପ୍ରାର୍ଥୀ ଘୋଷଣ କରିଯିବାକୁ ନେତୃବୃନ୍ଦ ସ୍ଥିର କରିଛନ୍ତି । ଏହି ପରିପ୍ରେକ୍ଷିରେ ମେଣ୍ଟ ସପକ୍ଷରେ ନଥିବା କୋରାଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଏବେ ଆଶ୍ବସ୍ତି ପ୍ରକାଶ ପାଇଛି । ନିଜ ନିଜ ଦଳୀୟ ନେତାଙ୍କ ସପକ୍ଷରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କର୍ମୀ ବୈଠକ ଓ ଶୁଭେଚ୍ଛା ସଭା ଆରମ୍ଭ ହୋଇଛି । ବିଶେଷ କରି ବିଜେଡି ପକ୍ଷରୁ ବିଧାୟକ ଅଶୋକ କୁମାର ବଳ ପୁଣି ପ୍ରାର୍ଥୀହେବା ନେଇ ଭୁବନେଶ୍ଵର ଶୀର୍ଷ ନେତାଙ୍କ ସୁପାରିଶ ନେଇ ଲାଗିପଡିଥିଲା ବେଳେ ତାଙ୍କ ସମର୍ଥକମାନେ ମଧ୍ୟ କର୍ମୀମାନଙ୍କୁ ନେଇ ବୈଠକ ପରେ ବୈଠକ କରି ବଳ ଗୋଟାଉଛନ୍ତି । ଦଳର ଅନ୍ୟତମ ଆଶାୟୀ ପୂର୍ବତନ ବିଧାୟକ ଆକାଶ ଦାସନାୟକ ମଧ୍ୟ ପ୍ରାର୍ଥୀହେବା ନେଇ ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ସଙ୍ଗଠନ ସଜାଡିବାରେ ଲାଗିପଡିଛନ୍ତି । କର୍ମୀ ଓ ସମର୍ଥକଙ୍କ ଦୃଢ ଆଶା ‘ଏଥର କୋରାଇରେ ଆକାଶ’ ବୋଲି କହି ବୁଲୁଛନ୍ତି । ଆକାଶ ବାବୁ ମଧ୍ୟ ରାଜ୍ୟ ନେତୃମଣ୍ଡଳୀଙ୍କ ଠାରୁ ପ୍ରାର୍ଥୀ ହେବାର ଭରଷା ପାଇଥିବା କୁହାଯାଉଛି; ଯାହାହେଲେବି ସେ ଯେନତେନ ପ୍ରକାରେ କୋରାଇରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ଥୟ ବୋଲି ଶୁଭେଚ୍ଛୁ ଓ ସମର୍ଥଙ୍କୁ ରୋକଠୋକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବିଜେଡିର ସାଙ୍ଗଠନିକ ସଂପାଦକ ତଥା ଯାଜପୁରର ବିଧାୟକ ପ୍ରଣବପ୍ରକାଶ ଦାସ ଓରଫ ବବି ବାବୁ କୋରାଇରୁ ପ୍ରାର୍ଥୀ ହେବା ସ୍ଥିର ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ କୁଆଡେ ଗତ ଦୁଇଦିନ ତଳେ କୋରାଇ ବିଜେଡିର କେଇଜଣ ନେତାଙ୍କୁ ଭୁବନେଶ୍ଵର ଡାକି ଆଲୋଚନା କରି ଆଶାବ୍ୟକ୍ତ କରିଛନ୍ତି । ଦିନକୁ ଦିନ ଆଶାୟୀଙ୍କ ସଂଖ୍ୟା ବଢି ଚାଲିଥିଲା ବେଳେ ଅଶୋକ, ଆକାଶ ଓ ବବିଙ୍କ ପ୍ରାର୍ଥୀତ୍ବକୁ ନେଇ ଦଳୀୟ କର୍ମୀ ମହଲରେ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି । ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦି ବିଜେପିରୁ ପୂର୍ବଥର ପ୍ରାର୍ଥୀ ହୋଇଥିବା ବିଶ୍ୱଜିତ ନାୟକ ଏଥର ମଧ୍ୟ ପ୍ରାର୍ଥହେବା ନେଇ ଆଶାବାଦୀ ଅଛନ୍ତି । ସେ ଗତ ନିର୍ବାଚନରେ ୪୨,୬୭୯ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲା ବେଳେ ଏଥର ମୋଦୀଙ୍କ ଲୋକପ୍ରିୟତାକୁ ନେଇ ବିଜେପି ଭୋଟ ହାର ବଢିଛି; ସେ ପ୍ରାର୍ଥୀହେଲେ ବିଜୟ ସୁନିଶ୍ଚିତ ବୋଲି ଆଶା ରଖି ନିର୍ବାଚନ ମଣ୍ଡଳୀ ସାରା ବୈଠକ ପରେ ବୈଠକ ଜାରି ରଖୁଛନ୍ତି । ଅନ୍ୟପକ୍ଷରେ ଦଳର ଯୁବନେତାଙ୍କ ଇଂ ଆଲେକ୍ଜାଣ୍ଡାର ଦାସ ତାଙ୍କ ପାର୍ଥିତ୍ଵ ନେଇ କଂଟା ସାଜିଥିବା କୁହାଯାଉଛି । ବିଭିନ୍ନ ସାମାଜିକ କାର୍ଯ୍ୟ ଜରିଆରେ ସେ ତାଙ୍କର ସାଙ୍ଗଠନିକ ସ୍ଥିତିକୁ କେତେକାଂଶରେ ସୁଦୃଢ କରି ରଖୁଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ଓ ପ୍ରତିଶ୍ରୁତିରେ କାର୍ଯ୍ୟଜାରି ରଖିବା ସହ ଦଳୀୟ ପ୍ରାର୍ଥୀହେବା ନେଇ ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ଏ ଦୁହିଁଙ୍କ ବାଦ ଅନ୍ୟଦଳର ଜଣେ ପୂର୍ବତନ ବିଧାୟକ ଦଳରେ ଯୋଗଦେଇ ପ୍ରାର୍ଥୀ ହେବାର ଆଭାସ ମଧ୍ୟ ରହିଛି । ସେହିପରି ଜାତୀୟ ଦଳ କଂଗ୍ରେସରୁ ପୂର୍ବପ୍ରାର୍ଥୀ ବନ୍ଦିତା ପରିଡାଙ୍କୁ ପୁଣି ପ୍ରାର୍ଥୀ କରାଯିବା ନେଇଚର୍ଚ୍ଚା ହେଉଛି । ନିକଟରେ ପିସିସି ମହିଳା ସଭାନେତ୍ରୀରୁ ବାଦପଡିଥିବା ବେଳେ ଦୁଇଦିନ ତଳେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏବେ ତାଙ୍କ ସାଙ୍ଗଠନିକ ମନୋଭାବ ଆହୁରି ବଢିଯାଇଥିଲା ବେଳେ କର୍ମୀ ମହଲରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି । ସେ ଜଣେ ଦକ୍ଷ ସଙ୍ଗଠିକା ହୋଇଥିବାରୁ ପ୍ରାର୍ଥୀହୋଇ ଦୃଢ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇ ଇତିହାସ ରଚିବେ ବୋଲି କର୍ମୀ ମହଲରୁ କୁହାଯାଉଛି । ଅନ୍ୟପକ୍ଷରେ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ସଭାପତି ତଥା ପିସିସିର ବରିଷ୍ଠ ସଭ୍ୟ ବିଦ୍ୟାଧର ମହାନ୍ତି ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହେବାଲାଗି ଲାଗିପଡିଛନ୍ତି । ସେ ଜଣେ ପ୍ରଭାବି ନେତା; ଦଳୀୟ ସଙ୍ଗଠନ ସହ ଅଂଚଳରେ ବିଭିନ୍ନ ସଙ୍ଗଠନ ସହିତ ଜଡିତ ରହି ଲୋକଙ୍କ ସମସ୍ୟା ଅନାୟାସରେ ବୁଝିଥାନ୍ତି । ଏମାନଙ୍କ ବାଦ ଅନେକ ଯୁବ ଓ ବରିଷ୍ଠ ନେତା ମଧ୍ୟ ତିନି ଦଳରୁ ପ୍ରାର୍ଥୀ ହେବାନେଇ ଆଶାୟୀ ଅଛନ୍ତି । କେଉଁ ଦଳରୁ କିଏ ପ୍ରାର୍ଥୀ ହେବ; ସେ କଥାତ ସମୟ କହିବ । ହେଲେ ବିଜେଡି- ବିଜେପିର ମେଣ୍ଟ ହେବା ଆଶା ତୁଟିଯିବା ପରେ ଏବେ କୋରାଇ ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପ୍ରମୁଖ ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବା ସାରା ହୋଇଛି । Categories: ଓଡ଼ିଶା, ଯାଜପୁର, ରାଜନୀତି, ହୋମ୍ Related Content TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026