ବିଜେପି : ଜଟଣୀ ନଗର ମଣ୍ଡଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୨୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :-> ବିଜେପି ଜଟଣୀ ନଗର ମଣ୍ଡଳ ତରଫରୁ ନିର୍ବାଚନ ପ୍ରସ୍ତୁତି ବୈଠକ ନଗର ସଭାପତି ତିରୁପତି ଶତପଥୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛିl ଉକ୍ତ କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଏ ଡି ଏମ ତଥା ରାଜ୍ୟ ନିର୍ବାଚନ ପରିଚାଳନା କମିଟି ସଦସ୍ୟ ଶ୍ରୀ ଅଯୋଧ୍ୟା କାନ୍ତ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେl ରାଜ୍ୟ ସଂଯୋଜକ ମହେଶ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ,

ରାଜ୍ୟ ମହିଳା ଉପସଭାନେତ୍ରୀ ରସ୍ମିମୟୀ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେl ବରିଷ୍ଠ ସମାଜସେବୀ ସୋନାଲିସା ସାମଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେl ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଅତିଥିବୃନ୍ଦ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିର କାର୍ଯ୍ୟଶୈଳୀ କିପରି ହେବ ତା ଉପରେ ଆଲୋକପାତ କରିବା ସହ ସମସ୍ତ

କାର୍ଯ୍ୟକର୍ତ୍ତା ଆଗାମୀ ନିର୍ବାଚନରେ ବିଜେପି କୁ ବିଜୟୀ କରିବା ପାଇଁ ସଂକଳ୍ପ କରିଥିଲେl ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ ପ୍ରଧାନ, ପ୍ରଶାନ୍ତ ବରାଳ, କବି ପାଇକରାୟ, ବାପୁ ମହାନ୍ତି, ନାଗ ଭୂଷଣ ରାୟ,ରିନା ପଟ୍ଟନାୟକ,ଯୋଗେନ୍ଦ୍ର ନାୟକ, ରୋଶନ ଦାସ ପ୍ରମୁଖ ପରିଚାଳନା କରିଥିଲେl ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା ମଞ୍ଚ ପରିଚାଳନା କରିବା ସହ ସମସ୍ତ ଅତିଥି ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ପରିଶେଷରେ ଧନ୍ୟବାଦ ଜ୍ଞାପନ କରଥିଲେ l

Exit mobile version